ସାଇବର ଠକ ଗିରଫ ପରେ ସନ୍ଧାନ ମିଳିଛି ଚାଇନା ଲିଙ୍କ ।
ଏହି ସାଇବର ଠକ ନାମରେ ବିଭିନ୍ନ ରାଜ୍ୟରେ ପ୍ରାୟ ସଇଁତିରିସ ଟି କେସ ରୁଜୁ ହୋଇଛି। ତା ନାମରେ ବିଭିନ୍ନ ବ୍ୟାଙ୍କ୍ ରେ ନଅଟି ଏକାଉଣ୍ଟ୍ ଓ ତା ମାଆ ନାମରେ ଦୁଇଟି ଏକାଉଣ୍ଟ୍ ରହିଛି ଯାହାକୁ କି ଫ୍ରିଜ୍ କରାଯାଇଛି ସେ ଓଡ଼ିଶା ଓ ଓଡ଼ିଶା ବାହାରେ ତାର ସେଣ୍ଡିକେଟ୍ ଚଳାଇ ଆସୁଥିଲା। ତା ବିରୁଦ୍ଧରେ ବଡ଼ବିଲ ପୋଲିସ୍ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଏବଂ ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ରୁ କମ୍ପ୍ଲେନ୍ ପାଇଥିଲେ କି ତାର ଏକାଉଣ୍ଟ୍ ରେ ଲକ୍ଷାଧିକ ଟଙ୍କାର କାରବାର ହୋଇଛି।ବଡ଼ବିଲ ଥାନାର ଏସ ଆଇ ବରଦା ପ୍ରସନ୍ନ ସାହୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ ଓ ଜାଣିବାକୁ ପାଇଥିଲେ ସେ ବିଭିନ୍ନ ଅନ୍ ଲାଇନ୍ ବିଜିନେସ ମାଧ୍ୟମରେ ଲୋକଙ୍କୁ ଠକି ମୋଟା ଅଙ୍କର ଅର୍ଥ ଉପାର୍ଜନ କରି
ଏକ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିବା ପୋଲିସ୍ ଜାଣିବାକୁ ପାଇଥିଲା ।
ସେ ଗିରଫଦାରି ଠୁ ବର୍ତିବା ପାଇଁ ସେ ତାର ଠିକଣା ବାରମ୍ବାର ବଦଳାଉଥିଲା। ସେ ୨୦୨୩ ମସିହାରେ ଦିଲ୍ଲୀ ଯାଇ ସେଠାରେ ସେଠାରେ ସାଇବର ଅପରାଧୀଙ୍କ ଯୋଗାଯୋଗରେ ଆସି ତାର କାର୍ଯ୍ୟ ଆରମ୍ଭ କରିଥିବା ନେଇ ସୂଚନା। ତା ନିକଟରୁ ବଡ଼ବିଲ ପୋଲିସ୍ ତିନୋଟି ମୋବାଇଲ୍, ଗୋଟିଏ ମୋବାଇଲ୍ ପ୍ୟାଡ ଗୋଟିଏ ଲେନୋଭୋ ଲାପଟପ୍ ଗୋଟିଏ ପେନଡ୍ରାଇଭ ଜବତ୍ କରିଥିବା ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ । ଅଭିଯୁକ୍ତ କୁ ଆଜି ବଡ଼ବିଲ ଥାନାର ଏସଆଇ ଡି_ରାଉଳ ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା। ଅଭିଯୁକ୍ତ ଜଣକ ହେଉଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଚାରି ଶ୍ରୀରାମ ନଗର ସ୍ଥିତ ଶ୍ରୀ କହ୍ନେୟାଲାଲ ସାଓ ଙ୍କ ବୁଦ୍ଧିମତା ସୁପୁତ୍ର ବିଶାଲ ସାଓ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
