• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଣିହାଁ ତହସିଲଦାର ଓ ବଜ୍ରକୋଟ ଆର୍.ଆଇ ବିନା ନୋଟିସରେ ଧମକ ଦେବାରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Bymamatanews

Jan 11, 2025
Spread the love

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଆମ୍ଭେ ବଜ୍ରକୋଟ ଗ୍ରାମର ପଦ୍ମଚରଣ ସାମଲଙ୍କ ପରିବାରବର୍ଗ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଦେଇଛନ୍ତି। ସୂଚନା ଅନୁଯାୟୀ ବଜ୍ରକୋଟ ମୌଜା ଅନ୍ତର୍ଗତ ୬୮୨୬ ପ୍ଲଟଟି ଓଡିଶା ମ୍ୟାପ୍‌ରେ ପଦ୍ମଚରଣ ସାମଲଙ୍କର Settlement Plot ରେ ରହିଛି। ଏହି ପ୍ଲଟ ଭିତରେ ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ଘରବାଡି ରହିଅଛି ଏବଂ ଯୌଥ ପରିବାର ସଦସ୍ୟମାନେ ମଧ୍ୟ ଅବସ୍ଥାନ କରିଆସୁଛନ୍ତି । କିନ୍ତୁ ଅଜାଣତରେ ଉକ୍ତ ପ୍ଲଟରୁ ଏ.୦.୦୪ଡେ. ଜାଗାକୁ ଅନ୍ୟଜଣେ ବ୍ୟକ୍ତିଙ୍କ ନାମରେ ଲିଡ୍ ପ୍ଳଟ ଭାବେ ଲାଞ୍ଚନେଇ ମନଇଚ୍ଛା କଣିହାଁ ତହସିଲଦାର ଓ ବଜ୍ରକୋଟ ଆର୍.ଆଇ. କରିଛନ୍ତି । ତେଣୁ ଏନେଇ ସାମଲଙ୍କ ପରିବାର ବାଧ୍ୟହୋଇ ଜିଲ୍ଲା ପ୍ରଶାସନକୁ ଏବିଷୟରେ ଅବଗତ କରିଥିଲେ । କିନ୍ତୁ ଯୋଜନାବଦ୍ଧ ଭାବେ ରେକର୍ଡ ପ୍ଲଟ ମଧ୍ୟରେ ଥିବା ୬୬୬୧ ପ୍ଳଟଟିକୁ ଗ୍ରାମପଞ୍ଚାୟତ ସଂରକ୍ଷିତ ସ୍ଥାନ ନାମରେ କରିବା ସହିତ ବାରମ୍ବାର ଘରକୁ ବିନା ନୋଟିସରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଜ୍ରକୋଟ ମୌଜାର ଆର୍.ଆଇ. ଉମେଶ ଚନ୍ଦ୍ର ବେହେରା ଘରର ୬୮୨୬ ପ୍ଳଟ ର କିଛି ଜାଗା କୁ ବାଦ୍ ଦେଇ ଯେଉଁ ପାଚେରୀ ଦିଆଯାଇଛି ତାକୁ ଜେସିବିରେ ଭାଙ୍ଗିଦେବା ଏବଂ ବିଭିନ୍ନ ପ୍ରକାର ଅସଭ୍ୟ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ସାମଲଙ୍କ ପରିବାର ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *