ଚାଷ ସମସ୍ୟା ଜିଲ୍ଲା ପାଇଁ ଜନ୍ତ୍ରପାତି ଜରୁରୀ ନୁହଁ ଜଳର ସମାଧାନ ପାଇଁ ସରକାରଙ୍କୁ ଦାବି ଜଣାଇଲେ ମୁଖ୍ୟଅତିଥି ଓ କୃଷକ
ଅନୁଗୋଳ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ୨୦୨୪-୨୫ ଗତ ୬ ତାରିଖ ଦିନ ସ୍ଥାନୀୟ ବିଜୁ ମଇଦାନ ଠାରେ ଉଦ୍ଘାଟିତ ହୋଇଥିଲା ।

ପାଞ୍ଚ ଦିନ ଧରି ଚାଲିଥିବା କୃଷି ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ସମୟରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପାଳିକାର ଅଧକ୍ଷ ଅକ୍ଷୟ କୁମାର ସାମନ୍ତ, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗ ଦେଇ ଚାଷୀ ମାନେ କିପରି କୃଷି ମହୋତ୍ସବ ର ଲାଭ ଉଠାଇ ପାରିବେ ବିସ୍ତୁତ ଭାବେ ବର୍ଣ୍ଣନା କରିଥିଲେ।

କୃଷି କ୍ଷେତ୍ରରେ ନୂତନ ଯନ୍ତ୍ରପାତି, ଅତ୍ୟାଧୁନିକ ବୈଜ୍ଞାନିକ କୃଷି ପ୍ରଣାଳୀ ବ୍ୟବହାର ଇତ୍ୟାଦି ଦ୍ବାରା କୃଷକମାନେ ଆର୍ଥୀକ ଭାବେ ସ୍ବଛଳ ହେବା ସହ ଊତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବା ନେଇ ଏହି କୃଷି ମହୋତ୍ସବ ଲକ୍ଷ । ଏହି ଉଦଯାପନୀ ଉତ୍ସବରେ କାର୍ଯ୍ୟ ରେ ଉତ୍ତୀର୍ଣ୍ଣ କରିଥିବା ଅଧିକାରୀ ମାନଙ୍କୁ ପୁରଷ୍କାର ପ୍ରଦାନ ସହ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ରଙ୍କ ସମେତ ବୁଦ୍ଧିଜିବୀ, ବହୁ ସଂଖ୍ୟାରେ କୃଷକ ଓ ଗଣମାଧ୍ୟମର ପ୍ରତିନିଧୀ ପ୍ରମୁଖ ଉପସ୍ଥିତ ଥିଲେ ।

