ଜଣେ ମୃତ ଜଣେ ଗୁରୁତ୍ତର
ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି।ଦୁଇ ଜଣ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡି ଗ୍ରାମର ସିନ୍ଦୁଆ ନାଏକ (୬୦) ଓ ଦଳେଇ ଖିଲାର (୪୨)। ସୂଚନା ଯେ, ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡି ଗ୍ରାମର ସିନ୍ଦୁଆ ନାଏକ (୬୦) ଓ ଦଳେଇ ଖିଲାର (୪୨) ଦୁହେଁ ଛେଳି ବେପାରୀ ସକାଳେ ଦୁହେଁ ଏକ ବାଇକ୍ ରେ ପୁରୁଣାକୋଟ ଅଞ୍ଚଳକୁ ଛେଳି କିଣିବାକୁ ଯାଇଥିଲେ ସେଠାରୁ ଘରକୁ ଫେରୁଥିବା ବେଳେ ଗାଁ ଠାରୁ ୫ କିଲୋମିଟର ଦୂର ରେ ଦୁଇ ଜଣ ବାଇକ୍ ରୁ ପଡ଼ି ରାସ୍ତା କଡ଼ରେ ଗୁରୁତର ଅବସ୍ଥାରେ ପଡିଥିବାର ପଥଚାରୀ ମାନେ ଦେଖିବାକୁ ପାଇଥିଲେ। ସେଠାରୁ ଘର ଲୋକଙ୍କୁ ଖବର ଦେଇଥିଲେ ଉଭୟ ଙ୍କୁ ୧୦୮ ରୋଗୀ ବୁହା ଗାଡ଼ି ରେ ଘର ଲୋକେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ସିନ୍ଦୁଆ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦଳେଇ ଖିଲାର ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତର ଖାନା କର୍ତୁପକ୍ଷ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।
