• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗ୍ୟାସ ନିଆଁରେ ଦୁଇ ଯୁବକ ଗୁରୁତ୍ତର

Bymamatanews

Jan 11, 2025
Spread the love

ଅନୁଗୋଳ ଜିଲ୍ଲା ନିଶା ଥାନା ନିକଟରେ ଥିବା ଏକ କଲୋନୀ ରେ କରୁଥିବା ଦୁଇ ଜଣ ଯୁବକ ଆଜି ଗ୍ୟାସ୍ ରେ ରୋଷେଇ କରୁଥିବା ବେଳେ ନିଆଁ ଲାଗୀ ଯିବାରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ଖମାର ଅଞ୍ଚଳର ସୌମ୍ୟା ରଞ୍ଜନ ନାଏକ (୨୭), ବନ୍ତୋଲ ଅଞ୍ଚଳର ସତ୍ୟବାନ ସାହୁ (୨୮) । ସୂଚନା ଯେ, ନିଶା ଥାନା ନିକଟରେ ଥିବା ଏକ ଘରୋଇ କମ୍ପାନୀର କଲୋନୀ ରେ ରହି ସୌମ୍ୟା , ସତ୍ୟବାନ କାର୍ଯ୍ୟ କରନ୍ତି। ଆଜି କୌଣସି କାର୍ଯ୍ୟରେ ଅନୁଗୋଳ ସହର କୁ ଆସି ନିଜ ରୁମ୍ କୁ ଯାଇ ରୋଷେଇ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରୁମ୍ ରେ ପୂର୍ବରୁ ଗ୍ୟାସ୍ ଲିକ୍ ହୋଇ ଥିଲା । ସେହି ସମୟରେ ଗ୍ୟାସ୍ ଲଗାଇବାକୁ ଦିଆସିଲି ମାରିବାରୁ ହଟାତ ନିଆଁ ଲାଗୀ ଥିଲା। ଦୁଇ ଜଣ ଯାକ ପୋଡି ଯାଇଥିଲେ। ଚିତ୍କାର କରିବାରୁ ନିକଟରେ ଥିବା ଅନ୍ୟ କର୍ମଚାରୀ ମାନେ ଦୁଇ ଜଣ ଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପଠାଇ ଦେଇଥିଲେ। ଦୁଇ ଜଣଙ୍କ ଗୋଡ ରେ ଗଭୀର ଆଘାତ ଲାଗିଛି।

Leave a Reply

Your email address will not be published. Required fields are marked *