ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି
ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗୁରୁତ୍ତର ଯୁବକ ଜଣଙ୍କ କଟକ ଅଞ୍ଚଳର ଗଙ୍ଗାଧର ସେଠି ବୋଲି ଜଣା ପଡିଛି। ଗଙ୍ଗାଧର ଶଳାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ଗଙ୍ଗାଧର ଗୋପାଳ ପ୍ରସାଦ ଥାନା ଶାଳବଣି ନିକଟରେ ଭଡା ଘରେ ରହି ସେହି ଅଞ୍ଚଳରେ ଥିବା ଏକ ଗ୍ୟାରେଜ୍ ରେ କାମ କରନ୍ତି। ଆଜି ସନ୍ଧ୍ୟା ସମୟରେ ତାଙ୍କ ଶଳାଙ୍କ ଫୋନ କେହି ଜଣେ ଫୋନ କରି କହିଲେ ଯେ, ତମ ଭେଣେଇ ର ଦୁର୍ଘଟଣା ହୋଇଛି ଶିଘ୍ର ଆସିବାକୁ କହିଥିଲେ। ଗଙ୍ଗାଧର ଙ୍କ ଶଳା ଶୀଘ୍ର ଯାଇ ଏକ ଗାଡି ସାହାଯ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଙ୍ଗାଧରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଦେଖିବାକୁ ପାଇଥିଲେ ଯେ, ଗଙ୍ଗାଧରଙ୍କୁ କେହି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଗଙ୍ଗାଧର ଙ୍କୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରି କଟକ ସ୍ଥାନାନ୍ତର କରାଯାଇଛି। ଗଙ୍ଗାଧର ଙ୍କର ପିଠି, ଡାହାଣ ହାତ, ବାମ ଗୋଡ଼ ରେ ଗଭୀର ଆଘାତ ଲାଗିଛି।
