• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହିଳାଙ୍କୁ ଲୁଟ ମାମଲାରେ ୨ ଯୁବକକୁ ଗିରଫ କଲା ପୋଲିସ

Bymamatanews

Jan 11, 2026
Spread the love

ରାଉରକେଲା: ସେକ୍ଟର-୧୯ ଥାନା ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଥିବା ମାମଲାର ସଫଳ ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଗତ ୩୧ ଡିସେମ୍ବର ୨୦୨୫ରେ ଫିଟନେସ୍ ପାର୍କ ନିକଟରେ ପୂଜା ରାୱାନୀ ନାମକ ଜଣେ ମହିଳାଙ୍କଠାରୁ ବାଇକରେ ଆସି ବ୍ୟାଗ୍ ଲୁଟି ନେଇଥିବା ଦୁଇଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

​ଗିରଫ ଅଭିଯୁକ୍ତ:
୧. ଅଭିଷେକ ନାଗ (ଅଭି), ବୟସ-୨୨, ସେକ୍ଟର-୧୬।
୨. ସୁବ୍ରତ କୁମାର ସ୍ୱାଇଁ (ହ୍ରିତିକ/ରାହୁଲ), ବୟସ-୨୨, ସେକ୍ଟର-୬।

​ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କ ନାମରେ ପୂର୍ବରୁ ସେକ୍ଟର-୧୯ ଏବଂ ଝିରପାଣି ଥାନାରେ ଏକାଧିକ ମାମଲା ରହିଛି।

​ଜବତ ହୋଇଥିବା ସାମଗ୍ରୀ:
​୦୨ଟି ଭ୍ୟାନିଟି ବ୍ୟାଗ୍।
​୨୬୮୦ ଟଙ୍କା ନଗଦ।
​୦୨ଟି ମୋବାଇଲ୍ (OPPO ଏବଂ Realme)।
​୦୧ଟି ହାତ ଘଣ୍ଟା।
​ପୀଡ଼ିତାଙ୍କ ଆଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ଏଟିଏମ୍ କାର୍ଡ।

Leave a Reply

Your email address will not be published. Required fields are marked *