• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସନ୍ଦେହରେ ପିଟିପିଟି ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ

Bymamatanews

Jan 11, 2026
Spread the love

ରାଉରକେଲା : ୯ ଜାନୁଆରୀ ରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜବାଘାଟ ନିକଟ କୋଏଲ ନଦୀ ପଠାରୁ ମିଳିଥିବା ଏକ ଅଜଣା ମୃତଦେହ ଘଟଣାର ରହସ୍ୟ ଖୋଲିଛି ରାଉରକେଲା ପୋଲିସ। ଜଣେ ଅଜଣା ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।

ଗତ ଜାନୁଆରୀ ୨ ତାରିଖ ସକାଳେ ଜବାଘାଟ ଗାଁ ନିକଟ ନଦୀ ପଠାରୁ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତଦନ୍ତରୁ ଜଣାପଡିଛି ଯେ, ଜାନୁଆରୀ ୧ ତାରିଖ ବିଳମ୍ବିତ ରାତିରେ ମଦ୍ୟପାନ କରି ବସିଥିବା ସମୟରେ ଅଭିଯୁକ୍ତମାନେ ମୃତ ବ୍ୟକ୍ତିଙ୍କୁ ଚୋର ସନ୍ଦେହ କରି ଗୋଡ଼ାଇ ଗୋଡ଼ାଇ କାଠ ଫାଳିଆ ଓ ଲାତ ମାଡ଼ରେ ହତ୍ୟା କରିଥିଲେ।

​ଗିରଫ ଅଭିଯୁକ୍ତ:


ପୋଲିସ ଏହି ଘଟଣାରେ ଜବାଘାଟ ଅଞ୍ଚଳର ତିନି ଜଣଙ୍କୁ ଗିରଫ କରିଛି:
​ମହେଶ ମୁଣ୍ଡାରୀ (୨୬), ପିତା- ରତନ ମୁଣ୍ଡାରୀ।
​ଲକ୍ଷ୍ମଣ ମୁଣ୍ଡାରୀ (୨୩), ପିତା- କୃଷ୍ଣ ମୁଣ୍ଡାରୀ।
​ସହଦେବ ସାମସୀ (୩୦), ପିତା- ଘୁରନ ସାମସୀ।

​ଜବତ ସାମଗ୍ରୀ:
ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଏକ କାଠ ଫାଳିଆ (୭୯ ସେମି) ଏବଂ ଗୋଟିଏ Realme ମୋବାଇଲ ଫୋନ୍ ଜବତ କରାଯାଇଛି।
​ଇନ୍ସପେକ୍ଟର ରଞ୍ଜନ କୁମାର ନାୟକଙ୍କ ନେତୃତ୍ୱରେ ବନ୍ଧମୁଣ୍ଡା ପୋଲିସର ଏକ ଟିମ୍ ଏହି ମାମଲାର ସଫଳ ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *