ଅନୁଗୋଳ ଜିଲା କଂଗ୍ରେସ କମିଟିର ଉପସଭାପତି ଭାବେ ତୃତୀୟ ଥର ପାଇଁ ଦୁଷ୍ମନ୍ତ ଦଳବେହେରାଙ୍କୁ ଦାୟିତ୍ବ ମିଳିଛି।


ସେ ୨୦୦୨ରୁ ୨୦୦୯ ପର୍ଯ୍ୟନ୍ତ ବଅଁରପାଳ ବ୍ଳକ ଯୁବ କଂଗ୍ରେସ ସଭାପତି, ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଅନୁଗୋଳ ଜିଲା ସାଧାରଣ ସମ୍ପାଦକ, ୨୦୨୦ରୁ ୨୦୨୨ପର୍ଯ୍ୟନ୍ତ ପିସିସିର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଚିଫ କୋଡିନେଟର ଏବଂ ୨୦୨୨ରୁ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରହିଥିଲେ। ନୂତନ ନିଯୁକ୍ତି ପାଇଁ ସେ ଏଆଇସିସି (ଆଇସିସି) ସଭାପତି ମଲିକାର୍ଜୁନ ଖଡଗେ, ପିସିସି ସଭାପତି ଭକ୍ତ ଚରଣ ଦାସ, ଡିସିସି ସଭାପତି ସୁନୀଲ ପ୍ରଧାନ ଏବଂ କଂଗ୍ରେସର ସମସ୍ତ କମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।
