• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ଲାଷ୍ଟିକ ଓ କାଗଜ କପ ଆଜି ଠାରୁ ବ୍ୟାନ କଲା ପୌରାଞ୍ଚଳ

Bymamatanews

Mar 11, 2025
Spread the love

ପ୍ଲାଷ୍ଟିକ ଗ୍ଲାସ ଏବଂ ପେପର କପ ବ୍ୟବହାର ଉପରେ କଠୋର ହୋଇଛି ଅନୁଗୋଳ ପୌରପାଳିକା । ପୌରପାଳିକା ପକ୍ଷରୁ ଆଜିଠାରୁ ଏହି ପ୍ଲାଷ୍ଟିକ ଓ ପେପର କପ ବ୍ୟବହାର ନ କରିବାକୁ କଡାକଡି ନିର୍ଦେଶ ଜାରି କରାଯାଇଛି । ସରକାର ଦୀର୍ଘଦିନ ହେଲା ପ୍ଲାଷ୍ଟିକ କପ ବ୍ୟବହାର ନିଷେଧ କରିଛନ୍ତି । ଅନ୍ୟପଟେ ପେପର କପରେ ରହୁଥିବା ମହମ କୋଟିଂ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଅନୁଗୋଳ ସହରର ଗଳିକନ୍ଦିରେ ଚା ଦୋକାନ ଗଢି ଉଠିଥିବା ବେଳେ ପ୍ରାୟ ସବୁ ଚା ଦୋକାନ ପ୍ଲାଷ୍ଟିକ କପ ଓ କାଗଜ କପ ବ୍ୟବହାର କରାଯାଉଥିଲା । ଦୋକାନ ଆଗରେ କୁଢ଼ କୁଢ଼ ଏହି କାଗଜ କପ ପଡି ସହରର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଥିଲା । ଏଥିପାଇଁ ପୌରପାଳିକା ପକ୍ଷରୁ ସମସ୍ତ ଚା ଦୋକାନୀ ଙ୍କୁ ଡକାଇ ଏ ସବୁ ପ୍ଲାଷ୍ଟିକ ଓ ପେପର କପ ବ୍ୟବହାର ନ କରିବାକୁ ନିର୍ଦେଶ ଦିଆ ଯାଇଥିଲା । ଦୋକାନୀମାନେ ତିନି ଦିନ ମହଲତ ନେଇଥିଲେ । ପୌରପାଳିକା ପକ୍ଷରୁ ତିନିଦିନ ମହଲତ ପରେ ଆଜିଠାରୁ ଚଢ଼ାଉ ଆରମ୍ଭ କର ଯାଇଛି । ଯେଉଁମାନେ ଏହି ନିର୍ଦେଶକୁ ସଠିକ ଢଙ୍ଗରେ ପାଳିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଆଉ ଅମାନିଆଁକୁ ଦଣ୍ଡ ମଧ୍ୟ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି । ପୌରପାଳିକାର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *