• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଡକାୟତ ଯୋଜନା କୁ ପଣ୍ଡ କଲା ବଅଁରପାଳ ପୋଲିସ

Bymamatanews

Mar 11, 2025
Spread the love

ରାତି ଅଧରେ ଗାଡି ଚାଳକକୁ ଲୁଟ କରିବାକୁ ଚଳାଇଥିଲେ ଯୋଜନା

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଇ ଗ୍ରାମର ଏକ ପଡିଆ ରେ ରାତି ଅଧରେ ଗାଡି ଚାଳକକୁ ଲୁଟ କରିବା ପାଇଁ ଯୋଜନା ସମୟରେ ଚାରି ଯୁବକଙ୍କୁ କାବୁ କରିଥିବା ବେଳେ ଜଣେ ଯୁବକ ପୋଲିସ ହାତରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଟୁଟୁ @ ସୁବ୍ରତ ନାଏକ (ଟୁଟୁ ), ପ୍ରୀତମ ନାଇଲ (ଇଲୁ) , ସୁବ୍ରତନାୟକ (ଭିକି) ଶିବାନନ୍ଦ ନାଏକ (ନାହିଆ) ସମସ୍ତଙ୍କ ଗ୍ରାମ ଟେଣ୍ଟୋଲୋଇ। ପୋଲିସ ର ସୂଚନା ମୁତାବକ ଟେଣ୍ଟଲୋଇ ଗ୍ରାମର ଦୁଷ୍ମନ୍ତ ନାଏକ ତତ୍ତ୍ଵାବଧାନରେ ଟେଣ୍ଟୋଇ, ଟେଣ୍ଟୋଲୋଇ, ପିଙ୍ଗୁଆ, ଖମାନା ଏବଂ କୁଶପାଙ୍ଗୀ ଅଞ୍ଚଳ ଦେଇ ତାଳଚେର ଅଭିମୁଖେ ଯାଉଥିବା ଟ୍ରକ ଚାଳକଙ୍କୁ ଡକାୟତ ପାଇଁ ଚାରି ଅଭିଯୁକ୍ତଙ୍କୁ ନେଇ ଯୋଜନା କରୁଥିଲେ। ପୋଲିସ ବିଶେଷ ସୂତ୍ରରୁ ଖବର୍ ପାଇ ଅଚାନକ଼ ଚଢାଉ କରି ଚାରି ଅଭିଯୁକ୍ତଙ୍କୁ ମାଡି ବସିଥିବା ବେଳେ ଦୁଷ୍ମନ୍ତ ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ବ୍ୟବହାର ପାଇଁ ରଖିଥିବା ତେଲେଙ୍ଗାନା କାତି ଏବଂ ଫାର୍ସା ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଏସଆଇ ଅର୍ଚନା ନାୟକ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *