Anchor – ଅନୁଗୋଳ ଜିଲା କଂଗ୍ରେସ କମିଟି ପକ୍ଷରୁ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ନାରାବାଜି କରିଥିଲେ । ସେଠାରେ ପୋଲିସ ସହ ସାମାନ୍ୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । କ୍ରାଇମ ଏଗେନଷ୍ଟ ଓମ୍ୟାନ ଏବେ ଏକ ବଡ଼ ନାରା ସୃଷ୍ଟି ହୋଇଛି । ସମଗ୍ର ଭାରତ ବର୍ଷରେ ଓଡିଶା ଏବେ ମହିଳାଙ୍କ ପ୍ରତି ଅତ୍ୟାଚାରରେ ପ୍ରଥମ ଓ ଏହି ମହିଳା ମାନଙ୍କୁ ନ୍ୟାୟ ଦେବାରେ ଓ ଅପରାଧୀ ମାନଙ୍କୁ ଦଣ୍ଡ ଦେବାରେ ଏହି ଡବଲ ଇଞ୍ଜିନ ସରକାର ଅକ୍ଷମ ମଧ୍ୟ ହୋଇଛନ୍ତି । ମହିଳାମାନଙ୍କ ପ୍ରତି ହେଉଥିବା ବଳାତ୍କାର, ଗଣବଳାତ୍କାର ଓ ସଂଗୀନ ଅପରାଧ ବନ୍ଦ କରିବା, ମହିଳାମାନଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାରର ଅତ୍ୟାଚାରୀମାନଙ୍କୁ ସୁରକ୍ଷା ଦେଉଥିବା ଭାଜପା ସରକାରଙ୍କ ଇସ୍ତଫା, ଡବଲ ଇଞ୍ଜନ ସରକାର ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବନ୍ଦ କରିବା, ଅପରାଧୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରି ନାରୀଙ୍କୁ ନ୍ୟାୟ ଦେବା, ଆବାସିକ ବିଦ୍ୟାଳୟରେ ଆଦିବାସୀ ଓ ଦଳିତ ସ୍କୁଲ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ବ୍ୟଭିଚାର ବନ୍ଦ କରିବା, ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଆଦିବାସୀ ମହିଳାଙ୍କୁ ସୁରକ୍ଷା ଦେବା ଦାବିରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।
