• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଲାଣି ଥାନା ଅନ୍ତର୍ଗତରେ ମୂଲ୍ୟବାନ କାଠରେ ନିର୍ମିତ ବିପୁଳ ମାତ୍ରାରେ କାଠସାମଗ୍ରୀ ଜବତ ଜଣେ ଗିରଫ।

Bymamatanews

Mar 11, 2025
Spread the love

କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ତଥା କେନ୍ଦୁଝର ବନଖଣ୍ଡ ବଡ଼ବିଲ ରେଞ୍ଜ ଅଧିନରେ ଥିବା ବଲାଣି ଶାନ୍ତି ନଗର ନିକଟ ଏକ ଘରୁ ବିପୁଳ ମାତ୍ରାରେ ବହୁ ମୂଲ୍ୟବାନ କାଠରେ ନିର୍ମିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଏସବୁ ଆସବାବପତ୍ର ନିର୍ମାଣ ପାଇଁ ବ୍ୟବହୃତ ମେସିନ କୁ ଜବତ୍ କରି ଏକ ହାଇୱା ଗାଡ଼ିରେ ଉକ୍ତ ସାମଗ୍ରୀ ସବୁକୁ ବଡ଼ବିଲ ରେଞ୍ଜ୍ କାର୍ଯ୍ୟାଳୟକୁ ଅଣାଯାଇଛି। ସୁଚନା ଅନୁଯାୟୀ ବଲାନି ଶାନ୍ତି ନଗର ନିକଟ ଏକ ଘରେ ଅବୈଧ ଭାବରେ ଚୋରା କାଠ ସାମଗ୍ରୀର ବ୍ୟାପାର ଚାଲିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ୍ ଉକ୍ତ ଘରେ ଚଢ଼ାଉ କରି ଉକ୍ତ କାଠ ସାମଗ୍ରୀ କୁ ଜବତ୍ କରିବା ସହ ଏଥିରେ ସଂପୃକ୍ତ ଜଣକୁ ଗିରଫ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ଜବତ୍ କାଠ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା ହୋଇଥିବା ନେଇ ବଡ଼ବିଲ ରେଞ୍ଜରଙ୍କ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *