ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାରା ଭାରତରେ ମେଗା ଏମଏସଏମଇ ଆଉଟରିଚ୍ ଶିବିର ଆରମ୍ଭ କରିଛି ଏବଂ ଆଞ୍ଚଳିକ କାର୍ଯ୍ୟାଳୟ, କଟକ ପକ୍ଷରୁ ଅନୁଗୋଳ ସହର ନିକଟ ବ୍ଲାକ୍ ଡାଇମଣ୍ଡ ଲାଇବ୍ରେରୀ ଏବଂ ସଂଗ୍ରହାଳୟ ଠାରେ ଏକ ମେଗା ଏମଏସଏମଇ ଆଉଟରିଚ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସୁଦିପ ଗଡନାୟକ, ସିଜିଏମ କେନ୍ଦ୍ରୀୟ କାର୍ଯ୍ୟାଳୟ ଆନେହେ ଏ.କେ.ବିନୋଦ,ଓଡିଶାର ଜୋନାଲ ମୁଖ୍ୟ ସର୍ବେଶ ରଞ୍ଜନ, ଏବଂ ଆଞ୍ଚଳିକ ମୁଖ୍ୟ ସରୋଜ ରାଉତ ଉପସ୍ଥିତ ରହି ଥିଲେ। ଅନୁଗୋଳ ଜିଲ୍ଲାର ଶାଖା ମୁଖ୍ୟମାନେ ଏବଂ ଜିଲ୍ଲାର ଗ୍ରାହକମାନେ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ। ଶ୍ରୀ ବିନୋଦ ଏବଂ ସର୍ବେଶ ରଞ୍ଜନ ବ୍ୟାଙ୍କର MSME ପ୍ରସାର ଅଭିଯାନ ବିଷୟରେ ସୂଚନା ଦେଇଥିଲେ। ଯାହା ମୁଖ୍ୟତଃ ବିଦ୍ୟମାନ ଏବଂ ଇଚ୍ଛୁକ MSME ଗ୍ରାହକମାନଙ୍କ ନିକଟରେ ପହଞ୍ଚିବା ଏବଂ ବିଭିନ୍ନ ସରକାରୀ ପ୍ରାୟୋଜିତ ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରିବା। ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କର MSME ଯୋଜନା ଏବଂ CASA ଉତ୍ପାଦ ବିଷୟରେ ଏକ କରିଥିଲେ। ମାନ୍ୟବର ସାଂସଦ ଭାରତୀୟ ଅର୍ଥନୀତିରେ MSME ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏବଂ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନାର ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନାଏ ଦେଇଥିଲେ। ପାଖାପାଖି ଜିଲାରୁ ୪୫୦ ରୁ ଅଧିକ ଗ୍ରାହକ ଶିବିର ପରିଦର୍ଶନ କରିଥିଲେ ଏବଂ ସମ୍ଭାବ୍ୟ ଗ୍ରାହକମାନଙ୍କୁ ୬୧ କୋଟି ଟଙ୍କା ସହିତ ୪୨ ଟି ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା।
