• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ କରତପଟା ସେକ୍ସନ ଧୋକୁଟା ହରିଜନ ସାହିରେ ହାତୀ ଆକ୍ରମଣରେ ଜଣେ ଙ୍କର ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ଧୋକୁଟା ହରିଜନ ସାହିର ନିଧିଆ ନାଏକ ଙ୍କ ପୁଅ ବିଜୟ ନାଏକ (୫୨) ବୋଲି ଜଣା ପଡିଛି। ଗତକାଲି ସୋମବାର ହାତୀଟି ଧୋକୁଟା ଅଞ୍ଚଳରେ ରହିଥିଲା। ବନ ବିଭାଗ ଡ୍ରୋନ ସାହାଯ୍ୟରେ ହାତୀ ଉପରେ ନଜର ରଖୁଥିଲା । ଗାଁ ନିକଟରେ ୬ ଗୋଟି ହାତୀ ରହିବା ସହ ଶଙ୍ଖ ପୁର ଆଡକୁ ମୁହାଁଇଥିଲା। ବିଜୟ ଘର ନିକଟ ଥିବା ପୋଖରି ନିକଟକୁ ଶୌଚ ହେବାକୁ ଯାଇଥିଲେ। ସେହି ସମୟରେ ଏକ ହାତୀ ହାବୁଡରେ ପଡି ଯାଇଥିଲେ। ଯାହା ଫଳରେ ହାତୀ ବିଜୟ କୁ ଦଳି ଚକଟି ଦେଇଥିଲା। ଘର କୁ ଫେରିବା ରେ ବିଳମ୍ବ ହେବାରୁ ଘର ଲୋକ ବିଜୟ ଙ୍କୁ ଖୋଜିବାକୁ ବାହାରିଥିଲେ। ଦେଖିବାକୁ ପାଇଲେ ଯେ, ବିଜୟ ଙ୍କର ମୃତ ଶରୀର ପଡି ରହିଛି। ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତି ପୂରଣ ପାଇଁ ଦାବି କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମ ଲୋକ ବନ ବିଭାଗ, ପୋଲିସ କୁ ଖବର୍ ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *