• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଢେଙ୍କାନାଳ ମୀନା ବଜାର ଦୋଳ ଉତ୍ସବ

Bymamatanews

Mar 11, 2025
Spread the love

ଢେଙ୍କାନାଳ (୧୧/୩/୨୦୨୫) ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ଦୋଳ ଉତ୍ସବ ଗତ ରବିବାର ଫଗୁଦଶମୀ ଠାରୁ ଶ୍ରୀ ଶ୍ରୀ ଦୋଳଗୋବିନ୍ଦଜୀଉଙ୍କ ପୀଠ ଠାରେ ଭିତର ଫଗୁ ଆରମ୍ଭ ହୋଇଯାଇଅଛି । ୧୦ ତାରିଖ ସୋମବାର ଏକାଦଶୀ ତିଥ୍ ରୁ ୧୩ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଦୋଳଗୋବିନ୍ଦ ଜୀଉ ମା’ରାଧାଙ୍କ ସହ ବିମାନରେ ପରିକ୍ରମା କରି ପୂଜା ଅର୍ଚନା ସହ ଭୋଗ ଗ୍ରହଣ କରିବେ। ଏହି ଦୋଳ ଉତ୍ସବ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଟ୍ରଷ୍ଟ ଓ ପୂଜା କମିଟିର ମିଳିତ ସ‌ହ‌ଯୋଗରେ ଚାଲିଅଛି । ଟ୍ରଷ୍ଟ ଚେୟାର୍‌ମ୍ୟାନ୍ ଲଳିତ କୁମାର ପଟ୍ଟନାୟ ପୂଜା କମିଟି ସଭାପତି ରବି ନାରାୟଣ ମହାନ୍ତି, ଟ୍ରଷ୍ଟ ଉପସଭାପତି ବିଙ୍ଗଚି ନାରାୟଣ ସାହୁ, ପୂଜା କମିଟି କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ଉଦୟନାଥ ବେହେରା, ଟ୍ରଷ୍ଟ ସଂପାଦକ ପ୍ରଫୁଲ୍ଲ କୁମାର ବେହେରା, ପୂଜା କମିଟି ସଂପାଦଳ ପୀତବାସ ସାହୁ ଓ ସଭ୍ୟ ଲୋକନାଥ ମହାପାତ୍ର, ସଦାନନ୍ଦ ସାହୁ, ଶ୍ରୀକାନ୍ତ ମହାପାତ୍ର, ଦୟାନିଧ ବେହେରା, ଚନ୍ଦନ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *