• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଲକ୍ଷପତି କର୍ମଶାଳା ଅନୁଷ୍ଠିତ

Bymamatanews

Mar 11, 2025
Spread the love

ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ପ୍ରଦୀପ ପ୍ରଜ୍ବଳନ କରି କରି ଏହି ମହିଳା ଉଦ୍ୟୋଗ ବିକାଶ ବାର୍ତ୍ତା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି |

ପ୍ରଥମେ ଓଡିଶା ଜୀବିକା ମିଶନ ର ଜିଲ୍ଲର ପ୍ରକଳ୍ପ ପରିଚାଳକ ଶ୍ରୀ ଚନ୍ଦନ କୁମାର ବେହେରା ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ର ମୁଳ ଉଦ୍ଦେଶ୍ୟ, ମହିଳା ମାନଙ୍କ ସାମାଜିକ, ଆର୍ଥିକ ସଶକ୍ତିକରଣ ବିକାଶ ସହ ମହିଳା ମାନଙ୍କୁ ଉଦ୍ୟୋଗୀ ଭାବେ ବିକଶିତ କରି ସ୍ୱାବଲମ୍ବୀ କରିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ କଳାହାଣ୍ଡି ଜିଲ୍ଲା ରେ ଲକ୍ଷପତି କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ବନ୍ଧ ରେ ସୂଚନା ଦେବା ସହ ଲକ୍ଷପତି ଦିଦି ବିକାଶ ନିମନ୍ତେ ମହିଳା ମାନଙ୍କ ତାଲିମ୍, ସରକାରଙ୍କ ବିଭିର୍ଣ୍ଣ ଯୋଜନା ବିଷୟରେ ମଞ୍ଚ ରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |

ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ମହିଳା ମାନଙ୍କୁ ଲକ୍ଷପତି ଦିଦି ବିକାଶ ଯୋଜନା ରେ ସାମିଲ ହେବା ପାଇଁ ସରକାରଙ୍କ ପଦକ୍ଷେପ, ଜୀବିକା ର ବିକାଶ ବିଷୟରେ ଆହ୍ୱାନ ଦେଇଥିଲେ ଓ ଜିଲ୍ଲା ର 13 ଟି ବ୍ଲକ ରୁ 13 ଜଣ ଲକ୍ଷପତି ସହାୟିକା ଦିଦି ମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ,ସଫଳତା, ଦୃଢ ଇଛାଶକ୍ତି ପାଇଁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମଳୟ କୁମାର ପରିଡା କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ମାନଙ୍କ ପାଇଁ ବିଭିର୍ନ ଯୋଜନା ଯଥା ଶ୍ରୀ ଅର୍ଣ୍ଣ ଯୋଜନା, କୃଷି ଯନ୍ତ୍ରପାତି, ପ୍ରାକୃତିକ କୃଷି ପ୍ରଭୃତି ସେମାନଙ୍କୁ ଲକ୍ଷପତି କରିବା ପାଇଁ କିପରି ସହାୟକ ହୋଇ ପାରିବ, ସେ ବିଷୟରେ ଉପସ୍ଥାପନା କରିଥିଲେ| ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଶ୍ରୀ ଵିଷ୍ଣୁ ପ୍ରସାଦ ସିଂ ମହିଳା ଲକ୍ଷପତି ଦିଦି ମାନଙ୍କୁ ଜୈବିକ କୃଷି,ଛତୁ ଚାଷ, ବୁନ୍ଦା ଜଳ ସେଚନ, ତୈଳବୀଜ ଉଦ୍ୟାନ କୃଷି ଯୋଜନା ମହିଳା ମାନଙ୍କୁ କିଭଳି ଲକ୍ଷପତି କରାଇବାରେ ସହାୟକ ହେବା ବୋଲି ବକ୍ତବ୍ୟ ରଖିଥିଲେ |ଜିଲ୍ଲା ମଛ୍ୟସମ୍ପଦ ଅଧିକାରୀ ସୁଶ୍ରୀ ଦ୍ରୌପଦୀ ମାଝୀ ସରକାରଙ୍କ ମାଛ ଚାଷ ଯୋଜନା ବିଷୟରେ ଅବଗତ କରାଇଥିଲେ | ଡା. ନିରୋଦ କହଁର, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ଯୋଜନା ଯଥା 30+2 ମଡେଲ, 10+1 ମଡେଲ ଛେଳି ଚାଷ, 500 ବ୍ରାଏଲର କୁକୁଡ଼ା, ଦେଶୀ କୁକୁଡ଼ା ଚାଷ, ଗୋଖାଦ୍ୟ ପାଇଁ ଘାସ ଚାଷ ଇତ୍ୟାଦି ଯୋଜନା ମହିଳା ମାନଙ୍କୁ ଲକ୍ଷପତି ହେବାରେ ସହାୟକ ହୋଇପାରିବ ବୋଲି ଉପସ୍ଥାପନା କରିଥିଲେ | ଏହି କାର୍ଯ୍ୟକ୍ରମରେ ସଫଳ ଲକ୍ଷପତି ଦିଦି ଭାବେ ବାସନ୍ତୀ ହରିଜନ, ତେନ୍ତୁଳିପଙ୍ଗା ଗ୍ରାମ, ଲାଞ୍ଜିଗଡ ବ୍ଲକ ସେ କିଭଳି ଏକ ଦାଦନ ସମସ୍ୟାରୁ ସରକାରଙ୍କ ପରିଚାଳିତ ଓଡିଶା ଜୀବିକା ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ରେ ସାମିଲ ହୋଇ ପଞ୍ଚାୟତ ମହିଳା ସଂଘ ରୁ ଋଣ ନେଇ ଉଦ୍ୟାନ ବିଭାଗର କୃଷି ଓ ପ୍ରଦାନସଂସ୍ଥା ମାଧ୍ୟମ ରେ ସୌର ଉଠାଜଳସେଚନ ପ୍ରକଳ୍ପ,ଜନସାହାଯ୍ୟ ସଂସ୍ଥା ର ତାଲିମ୍ ରେ ଲକ୍ଷପତି ହୋଇ ପାରିଛନ୍ତି ସେ ବିଷୟରେ ନିଜର ଅନୁଭୁତି କହିଥିଲେ | ସେହିପରି କୋକସରା ବ୍ଲକ ବଞ୍ଜରୀ ସ୍ୱୟଂ ସହାୟକ ଗୋଷ୍ଠୀ ର କୌଶଲ୍ୟା ନାଏକ ପ୍ରାଣୀସମ୍ପଦ ବିଭାଗର ବତକ ଚାଷ ଯୋଜନାରେ ସାମିଲ ହୋଇ ଲକ୍ଷପତି ହେବା ର ଅନୁଭୂତିକୁ ମଞ୍ଚ ଉପରେ କହିଥିଲେ | ପ୍ରଦାନ ସଂସ୍ଥା ର ଟିମ କୋର୍ଡିନେଟର ଶ୍ରୀ ହୃଦୟାନନ୍ଦ ମହାପାତ୍ର ଲକ୍ଷପତି ଦିଦି ମାନଙ୍କୁ ଲକ୍ଷପତି ହେବା ପାଇଁ ଜୀବନ ଜୀବିକାର ବିଭିର୍ଣ୍ଣ ମଡେଲ ଯଥା 0.5 ଏକର ମଡେଲ, ଛତୁ ଚାଷ, ଲତା ଜାତୀୟ ପନିପରିବା, ଛତୁ ଚାଷ ମଡେଲ ଓ ମହିଳା ମାନେ କିଭଳି ଉଦ୍ୟୋଗ ବିକାଶ ଯୋଜନା ପ୍ରସ୍ତୁତ କରି ପାରିବେ ସେ ବିଷୟରେ ତାଲିମ୍ ଦେଇ ଥିଲେ | କେସିଙ୍ଗା ବ୍ଲକ ଶିବ ଶମ୍ଭୁ ସ୍ୱୟଂ ସହାୟକ ଗୋଷ୍ଠୀ ର ବଳଦିନୀ ସାହୁ କିପରି କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ମାସିକ 20000 ଟଙ୍କା ରୁ ଉର୍ଦ୍ଧ ରୋଜଗାର କରି ଲକ୍ଷପତି ଦିଦି ହୋଇ ପାରିଛନ୍ତି ସେ ବିଷୟରେ କହିଥିଲେ | ଶ୍ରୀ ଧର୍ମରାଜ ସୁନାନୀ, LDM ନିଜର ବକ୍ତବ୍ୟରେ ସରକାରଙ୍କ ଆର୍ଥିକ ସକ୍ଷରତା, ମହିଳା ମାନଙ୍କ ପାଇଁ ସରକାରଙ୍କ ଦ୍ୱରା ପରିଚାଳିତ ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ | ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଶ୍ୱ ଆଦିଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ଅବନ୍ତୀ ନାଏକ ଏକ କବିତା ମାଧ୍ୟମରେ ଲକ୍ଷପତି ଦିଦି ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ |ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ର ସମସ୍ତ 13 ଟି ବ୍ଲକ ଓ ପୌରପାଳିକା ରୁ 4000 ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ | ପରିଶେଷରେ ମିଶନ ଶକ୍ତି ବିଭାଗର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୁମନ ଦ୍ବିବେଦୀ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବିଭାଗ, ଗଣ ମାଧ୍ୟମ ପ୍ରତିନିଧି, ସ୍ୱାସ୍ଥ୍ୟ, ପୋଲିସ ପ୍ରଶାସନ
ଙ୍କୁ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରସଂଶା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ

କଳାହାଣ୍ଡିି ଜିଲ୍ଲା ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *