ଗୁରୁତ୍ତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ପଞ୍ଚାୟତର ବୃନ୍ଦାବନପୂର ଗ୍ରାମରେ କାର୍ଯ୍ୟରତ ରାଜମିସ୍ତ୍ରୀ ଙ୍କୁ ଦାଦାବଟି ଆଦାୟ ବେଳେ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ବୃନ୍ଦାବନପୂର ଗ୍ରାମର ଭୀମସେନ୍ କଲୋନୀ ରେ ବଂଶୀଧର ବେହେରା ନାମକ ଜଣେ ବ୍ୟକ୍ତି ବସବାସ କରିବା ପାଇଁ ନୂତନ ଘର ନିର୍ମାଣ କାର୍ଯ୍ୟ କରୁଥିଲେ। ବୁଢ଼ାପଙ୍କ ଗ୍ରାମର ଗଙ୍ଗା ସାମଲଙ୍କ ପୁଅ ଗୟା ସାମଲ କିଛି ଦିନ ହେବ ମିସ୍ତ୍ରୀ ମାନଙ୍କୁ ଦାଦା ବଟି ଆଦାୟ ନେଇ ଧମକ ଦେଇଥିଲେ। ଗତ କାଲି ରାତି ୯ଘଟିକା ସମୟରେ ଗୟା ଆସି ଦାଦା ବଟି ବାବଦରେ ମିସ୍ତ୍ରୀ ମାନଙ୍କୁ ଧମକ ଦେଇ ସେମାନଙ୍କ ଠାରୁ ୧୫୦୦ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଆଜି ପୁଣି ଥରେ ମିସ୍ତ୍ରୀ ମାନଙ୍କ ପାଖକୁ ଆସି ବଟି ନେଇ ଧମକ ଦେଇ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ସୁନୀଲ ଅମାନ୍ତ ଓ ଶ୍ରୀତମ ଅମାନ୍ତ ମିସ୍ତ୍ରୀକୁ ଧକ୍କା ଦେଇଥିଲା ଯାହାଦ୍ୱାରା ମିସ୍ତ୍ରୀ ମାନେ ଛାତରୁ ତଳକୁ ଖସି ପଡିଥିଲେ। ସେଥିମଧ୍ୟରୁ ସୁନୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ମିସ୍ତ୍ରୀ ର ଗୋଡ଼ରେ ତଳେ ପଡି ରହିଥିବା ଲୁହା ରଡ଼ ପାଦରେ ପଶି ଯାଇଥିଲା। ଏହି ଖବର ଘର ମାଲିକ ଜାଣିବା ପରେ ଉଭୟ ମିସ୍ତ୍ରୀ କୁ ନିକଟରେ ଥିବା ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଘର ମାଲିକ ମିସ୍ତ୍ରୀଙ୍କୁ ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
