• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶିମିଳିପଡ଼ା ରାଜ ହୋଟେଲ ଛକ ନିକଟରେ ରେ ବସ ଧକ୍କା ରେ ବାଇକ୍ ଆରୋହୀ ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ହିନ୍ଦୋଳ ଅଞ୍ଚଳ ପାଟଲା ଗ୍ରାମର ଶିବରାମ ସାହୁ ବୋଲି ଜଣା ପଡିଛି। ସୂଚନା ଯେ, ଶିବରାମ ସାହୁ କଲେଜ ଛକ ଅଞ୍ଚଳ ରହି ତୁରଙ୍ଗ ଅଞ୍ଚଳରେ ଥିବା FCI ଗୋଦାମ ନିକଟରେ ଏକ ଡାଇନାମା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଆଜି ଅପରାହ୍ନ ୫ ଘଟିକା ବେଳେ କୌଣସି କାର୍ଯ୍ୟରେ ଆସି ଶିମିଳିପଡ଼ା ଅଞ୍ଚଳ ରୁ ରାଜ ହୋଟେଲ ଛକ ଦେଇ ବାଇକ୍ ଯୋଗେ ଫେରୁଥିବା ବେଳେ ପଛରୁ ଆସୁଥିବା କାଞ୍ଚନ ନାମକ ଏକ ବସ (OD 19 W 4335) ବାଇକ୍ କୁ ଧକ୍କା ଦେଇଥିଲା।

ବସ ଧକ୍କା ଦେବା ଫଳରେ ବାଇକ୍ ରୁ ଶିବରାମ ଛିଟିକି ପଡିଥିଲେ। ସେହି ସମୟରେ ବସ ଟି ଶିବରାମ ଙ୍କର ଉପରେ ଚଢାଇ ଦେଇଥିଲା। ଘଟଣା ସ୍ଥଳରେ ହିଁ ଶିବରାମ ଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର୍ ପାଇଁ ଟାଉନ ପୋଲିସ ପହଁଚି ଉତ୍ତେଜିତ ଲୋକ ଙ୍କୁ ବୁଝା ଶୁଝା କରୁଛି । ଏ ପଟେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ମୃତକ ପରିବାର ଙ୍କୁ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି। କ୍ଷତି ପୂରଣ ନ ଦେବା ପର୍ଯ୍ୟନ୍ତ ମୃତ ଶରୀର ଘଟଣା ସ୍ଥଳରୁ ଉଠିବ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ପରିବାର ଲୋକ ଏବଂ ସ୍ଥାନୀୟ ବାସୀ ।

ଏ ପଟେ ଦୁର୍ଘଟଣା ଘଟାଇ ଥିବା ବସ ଏବଂ ଡ୍ରାଇଭର କୁ ପୋଲିସ ଅଟକ ରଖିଛି। ଏ ଘଟଣା ର ଖବର ପାଇ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ମାନଙ୍କୁ ବୁଝାସୁଝା କରିବା ସହ ମୃତକ ଙ୍କ ପରିବାର ଲୋକ ଙ୍କୁ ସମବେଦନା ଜଣାଇଥିଲେ। ତା ସହିତ ମୃତକ ଙ୍କ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରାଇ ଥିଲେ।

ଅନୁଗୋଳ ବିଧାୟକ ଙ୍କ ପକ୍ଷରୁ ୨୦ ହଜାର ଟଙ୍କା, ବସ ଆସୋସିଏସନ ପକ୍ଷରୁ ୪୦ ହଜାର ଟଙ୍କା, ଟ୍ରକ ଆସୋସିଏସନ ପକ୍ଷରୁ ୩୦ ହଜାର ଟଙ୍କା, ରେଡ୍ କ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଇ ଥିଲେ। ସହାୟତା ରାଶି ପ୍ରଦାନ ସହ ଅନ୍ୟ କ୍ଷତି ପୂରଣ ଦେବା ପାଇଁ ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧ ରୁ ଉତ୍ତେଜିତ ଲୋକେ ହଟି ଥିଲେ । ଯାହା ଫଳରେ ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ପାଖାପାଖି ୩ ଘଣ୍ଟା ରାସ୍ତା ଅବରୋଧ ହୋଇଥିବା ବେଳେ ମୃତ ଶରୀର ଉଠିବା ପରେ ଯାତାୟତ ସୌଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *