• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକାକୁ ଟଣାଓଟରା ନେଇ ଥାନାରେ ଅଭିଯୋଗ

Bymamatanews

Sep 11, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ବଳାତ୍କାର ଉଦ୍ଦେଶ୍ୟ ନେଇ ଟଣାଓଟରା ହୋଇଥିବା ନେଇ ପୀଡିତା ପରିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ପୀଡିତା ମୁନି (ଛଦ୍ମ ନାମ) ଗ୍ରାମରେ ଗଣେଶ ପୂଜା ଭସାଣି ପାଇଁ ନାଚ ଗୀତ ଚାଲିଥିଲା। ଠିକ୍ ଏହି ସମୟରେ ମୁନି ନାଚ ଦେଖୁଥିବା ବେଳେ ଗ୍ରାମର ରାକେଶ ଗୋଚ୍ଛାୟତ ଓ ବବୁଲ ବେହେରା ନାମକ ଦୁଇ ଯୁବକ ମୁନି କୁ ମନ୍ଦ ଉଦ୍ଦେଶ୍ୟ ନେଇ ପାଟି ବନ୍ଦ କରି ଏକ ସାହି ର ଗଳି ମଧ୍ୟକୁ ଟାଣି ନେବାକୁ ଉଦ୍ୟମ କରୁଥିବା ବେଳେ ସୌଭାଗ୍ୟ ବସତଃ ପୀଡିତା ଦୃବର୍ତ୍ତମାନଙ୍କ କବଳରୁ ଖସି ପଳାଇ ପରିବାରବର୍ଗଙ୍କୁ ଜଣାଇଥିଲା । ଝିଅ ଠାରୁ ସବୁ କଥା ଶୁଣିବା ପରେ ପୀଡ଼ିତାଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *