ବଅଁରପାଳ (୧୧/୧୦ /୨୦୨୪) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟଲୋଇ ଗ୍ରାମର ଏକ ନାବାଳକ ମୃତ୍ୟୁ କୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପକ୍ଷରୁ ବଅଁରପାଳ ଥାନାରେ ଅଭିଯୋଗ। ପୋଲିସ ପକ୍ଷରୁ ସୂଚନା ଅନୁଯାୟୀ ଟେଣ୍ଟଲୋଇ ଗ୍ରାମର ଦିଲେଶ୍ଵର ନାଏକ ଙ୍କ ୧୦ ବର୍ଷୀୟ ନାବାଳକ ଆୟୁଷ ନାଏକ ମୃତ୍ୟୁ ଘଟିଛି। ମୃତ୍ୟୁ ନାବାଳକ ଆୟୁଷ ର ଆଜି ପେଟରେ ଯନ୍ତ୍ରଣା ହେବାରୁ ତାଳଚେର ସେଣ୍ଟ୍ରାଲ ମେଡିକାଲ କୁ ନେଇ ଚିକିସ୍ଥା କରାଇ ଘରକୁ ଫେରିଥିଲେ। ଘରକୁ ଆସିବା ପରେ ନାବାଳକ ର ସ୍ୱାସ୍ଥ୍ୟ ଠିକ୍ ହେବା ପରିବର୍ତ୍ତେ ଅଧିକ ବିଗିଡି ଥିଲା। ପରିବାର ପକ୍ଷରୁ ତୁରନ୍ତ ବଲରାମପ୍ରସାଦ ଇ ଏସ ଆଇ ହସ୍ପିଟାଲ ନେଇଥିଲେ। ଆୟୁଷ ର ସ୍ୱାସ୍ଥ୍ୟ ଅଧିକ୍ ଗୁରୁତ୍ତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଁଞ୍ଚିବା ପରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ନାବାଳକ ର ମୃତ୍ୟୁ କୁ ନେଇ ଜିଲ୍ଲା ଚିକିତ୍ସାଳୟ ପକ୍ଷରୁ ବଅଁରପାଳ ଥାନାରେ ସୂଚନା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଏ ଏସ ଆଇ ଲକ୍ଷ୍ମଣ ମାଝୀ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଶବ ଗୃହକୁ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛନ୍ତି। ମୃତ୍ୟୁ ର ଅସଲ କାରଣ ଅସ୍ପଷ୍ଟ ଥିବାରୁ ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି।
