• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଏଟିଏମ୍ ଚୋରୀ ଓ ପୋଡି ଘଟଣାରେ ୪ ଅନ୍ୟରାଜ୍ୟ ଅଭିଯୁକ୍ତ ଗିରଫ

Bymamatanews

Jan 12, 2025
Spread the love

ଗତ ୯ ତାରିଖ ବିଳମ୍ବତ ରାତି ସମୟର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ପେଟ୍ରୋଲ ପମ୍ପ ନିକଟରେ ଥିବା ଏସବିଆଇ ଏଟିଏମ କାଟି ଲୁଟେରା ମାନେ ଟଙ୍କା ଲୁଟ ପରେ ଏଟିଏମକୁ ପୋଡି ଦେବା ଘଟଣାରେ ଢେଙ୍କାନାଳ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଚୋରି ଖବର ପାଇବା ପରେ ଲୂଟେରା ମାନଙ୍କୁ ତୁରନ୍ତ ବିଭିନ୍ନ ସ୍ଥାନରୁ ଚଢାଉ କରି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା । ଲୁଟେରା ମାନେ ପେଶାଦାର ହୋଇଥିବା ବେଳେ ସେମାନେ ବିଭିନ୍ନ ଜାଗାରେ ଏହିଭଳି ଏଟିଏମ୍ ଲୁଟ କରୁଥିବା ଜଣାପଡିଛି।

ଗିରଫ ଲୁଟେରା ମାନେ ହେଲେ ହରିଆନା ଅଞ୍ଚଳର ରଫିକ ଖାନ , ରାଜସ୍ଥାନର ଅସଲମ ଏମଡି , ହରିଆନା ର ସୁଦାମ ମାଜିଦ ହୁସେନ ରାଜସ୍ଥାନ ର ଏମଡି ନାସିର । ସେମାନଙ୍କ ଠାରୁ ୮,୨୭,୫୬୬ ନଗଦ ଟଙ୍କା ସହ ସେମାନେ ଚୋରୀରେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ, ୬ ଟି ମୋବାଇଲ ଫୋନ,ଗୋଟିଏ କାର , ଗୋଟିଏ ଟିପର ଓ କଟର ମେସିନ ଆଦି ଜବତ ହୋଇଛି । ପୂର୍ବରୁ ସେମାନଙ୍କ ନାମରେ ସମ୍ବଲପୁର,କେନ୍ଦୁଝର ଓ ଢେଙ୍କାନାଳ ରେ ୯ ଟି ମାମଲା ରହିଥିବା ବେଳେ ସମସ୍ତେ ଆନ୍ତଃରାଜ୍ଯ ଲୁଟେରା ବୋଲି ଜଣାପଡିଛି। ସେମାନଙ୍କ ଦଳରେ ଆଉ କେଉଁ ମାନେ ଅଛନ୍ତି ଓ ସେମାନଙ୍କ ର ସମସ୍ତ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *