ଅନୁଗୋଳ କଦମ ପଡିଆରେ ସ୍ଥାପନ ହେବ ଫ୍ଲଡ଼ ଲାଇଟ
ଅନୁଗୋଳ କଦମ ପଡିଆ ଏକ ଖେଳପଡ଼ିଆ ଯେଉଁଠି ଅନୁଗୋଳ ଜିଲ୍ଲାର କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ଗଣାଯାଏ। ଉକ୍ତ ଖେଳ ପଡ଼ିଆରେ ବିଭିନ୍ନ ଖେଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଅନେକ ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ଥରୀୟ କ୍ରୀଡାର ଟୁର୍ଣ୍ଣାମେଟ ଅନୁଷ୍ଠିତ ହୋଇଥାଏ। ନିକଟ ଅତୀତରେ ଅନୁଗୋଳ କପ କ୍ରିକେଟ ଟୁର୍ଣ୍ଣାମେଟରେ ଅତିଥିଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଅନୁଗୋଳ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ମଧ୍ଯ ଖେଳ ପଡିଆର ବିକାଶ ପାଇଁ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ନିବେଦନ କରାଯାଇଥିଲା। ସରକାର କଦମ ପଡିଆର ବିକାଶ ଧାରାରେ ଫ୍ଲଡ଼ ଲାଇଟ ସ୍ଥାପନ ପାଇଁ ୧ କୋଟି ୩୯ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଜିଲ୍ଲା କ୍ରୀଡା ବିଭାଗ ଓ ପୌରପାଳିକାରର ତତ୍ଵବଧାନରେ ଏହି ନିର୍ମାଣ କାର୍ଯ୍ୟ କରାଯିବ। ଫ୍ଲଡ଼ ଲାଇଟ ସ୍ଥାପନ ହେବା ଦ୍ବାରା କ୍ରୀଡାବିତ ମାନେ ରାତି ସମୟରେ ମଧ୍ଯ କ୍ରୀଡା ପ୍ରଶିକ୍ଷଣ ନେଇ ପାରିବେ। ଦିବା ରାତ୍ର ଟୁର୍ଣ୍ଣାମେଟ ମଧ୍ୟ ଆୟୋଜନ ହୋଇପାରିବ। ପଡିଆ ଉନ୍ନତ ଆଲୋକିକରଣ ହେବା ଦ୍ବାରା ସାନ୍ଧ୍ୟ ଭ୍ରମଣର ମଧ୍ଯ ସୁବିଧା ରେ କରିପାରିବେ । ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଅନେକ ଯୋଜନା ରହିଛି। ନିକଟରେ ଇଣ୍ଡୋର ଷ୍ଟାଡିୟମ ଠାରେ ଠାରେ ସୁଇମିଙ୍ଗ ପୁଲ ମଧ୍ଯ ନିର୍ମାଣ ହେଉଛି। ପୁନଃ ନିର୍ମାଣଧୀନ ଷ୍ଟାଡିୟମର ରୂପରେଖ ଅତି ସୁନ୍ଦର ଭାବେ ହେବାକୁ ଯାଉଛି। ଏ ଅବସରରେ ଆଜି କଦମ ପଡିଆର କାର୍ଯ୍ୟଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ତଥା ବିଧାୟକ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରିକେଟ ଆସୋସିଏସନର ଉପସଭାପତି ପ୍ରଭାତ କୁମାର ସିହ୍ନା, ସମ୍ପାଦକ ସାଗର ମିଶ୍ର, ଆସୋସିଏସନ ର କର୍ମକର୍ତ୍ତା ଗଙ୍ଗାଧର ପଟ୍ଟନାୟକ,ଅରୁଣ ପୁଷ୍ପାଳକ, ସତ୍ୟାନନ୍ଦ ପ୍ରଧାନ, ଅନୁଗୋଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କମାର ସିଠ ପମୁଖ ଉପସ୍ଥିତ ରହି ଥିଲେ।
