• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଲୁପ୍ତ ହେବାକୁ ଯାଉଛି ଐତିହ ପ୍ରାଣୀ ବୋଲାଉଥିବା ହାତୀ।

Bymamatanews

Apr 12, 2025
Spread the love

ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲେଖା ହୋଇଥିବା ଦେଖିବାକୁ ମିଳେ “ହାତୀ ଆମର ଐତିହ ପ୍ରାଣୀ” ଏହାର ସୁରକ୍ଷା ଆମର ଦାୟିତ୍ବ କିନ୍ତୁ ଏହି ଉକ୍ତି ଟି ଖାଲି ଲେଖାରେ ରହିଥିବା ଭଳି ମନେହୁଏ। କାହିଁକିନା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କେନ୍ଦୁଝର ବନଖଣ୍ଡ ରେ ଥିବା ପ୍ରାୟ ସମସ୍ତ ରେଞ୍ଜ୍ ରେ କୋଉଠି ନା କୋଉଠି କୌଣସି ନା କୌଣସି କାରଣରୁ ହାତୀ ମୃତ୍ୟୁ ଖବର ବାରମ୍ବାର ସାମ୍ନାକୁ ଆସିଥାଏ ଓ ବନ ବିଭାଗର ଅଧିକାରୀମାନେ କୌଣସି ନା କୌଣସି ଆଳ ଦେଖାଇ ନିଜର କର୍ତ୍ତବ୍ୟକୁ ସଫା ସୁତୁରା ଢ଼ଙ୍ଗରେ ପାଳନ କରୁଥିବା ଦେଖାଇ କାମ ସାରି ଦିଅନ୍ତି। ସେଇଭଳି ଏକ ହାତୀ ମୃତ୍ୟୁ ସାମ୍ନାକୁ ଆସିଛି, କାରଣ ହେଲା ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମକପୁର ନିକଟସ୍ଥ ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର, ହାତୀ ଛୁଆର ବୟସ ପ୍ରାୟ ଦେଢ଼ବର୍ଷ ହେବବୋଲି ସୂଚନା। ଯାହାକି ସୂଚନା ରହିଛି କୌଣସି ଉଚ୍ଚସ୍ଥାନରୁ ପଡ଼ି ଗୋଡ଼ ଭାଙ୍ଗିଥିବା ନେଇ ସୂଚନା। ହାତୀପଲଙ୍କ ବଳୟରେ ଥିବାରୁ ଚିକିତ୍ସାରେ ବିଳମ୍ବ ହୋଇଥିବାନେଇ କେନ୍ଦୁଝର ଡିଏଫଓ ଙ୍କ ସୁଚନା । ଗତ 7 ତାରିଖ ଏକ ଛୁଆ ହାତୀ ଜଙ୍ଗଲରେ ଛୋଟେଇ ଛୋଟେ଼ଇ ଚାଲୁଥିବା ବନବିଭାଗ ର ଡ୍ରୋନ କ୍ୟାମେରାରେ କଏଦ ହୋଇଥିଲା। ହାତୀଦଳ ମଧ୍ୟରେ ଥିବାରୁ ତାକୁ ଉଦ୍ଧାର କରି ଚିକିତ୍ସା କରିବା ସମ୍ଭବ ହୋଇପାରିନଥିଲା । ପରେ ୧୦ ତାରିଖରୁ ହାତୀଛୁଆଟି ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ଜଙ୍ଗଲ ଭିତରେ ପଡ଼ିରହିଥିଲା। ୱାଇଲ୍ଡ ଲାଇଫ ଭୁବନେଶ୍ୱରର ବେଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ହାତୀ ଛୁଆର ଚିକିତ୍ସା କରାଯାଇଥିଲେବି ତାର ମୃତ୍ୟୁ ହୋଇଥିବା ନେଇ ସୂଚନା। ଦନ୍ତା ହାତୀଙ୍କ ଲଢେଇରେ ହାତୀଛୁଆଟି ଆଘାତପାଇଥିବା ନେଇ ବନବିଭାଗ ପକ୍ଷରୁ ସୁଚନା। ପ୍ରକାଶ ଥାଉକି ଖଣିଜ ପଦାର୍ଥ ଉତ୍ତୋଳନ କରିବା ପାଇଁ ମାତ୍ରାଧିକ ସଂଖ୍ୟାରେ ଅବାଧ ରେ ଗଛ କାଟି ଜଙ୍ଗଲକୁ ପଦା କରିବା ଯୋଗୁ ହାତୀ ଏବେ ସହର ଓ ଗ୍ରାମାଭିମୁଖି ଓ ଏଥିରେ ଉଭୟ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ। କେତେବେଳେ ମଣିଷ ହାତୀ କୁ ମାରୁଛି ତ ଆଉ କେଉଁଠି ହାତୀ ଆକ୍ରମଣରେ ମଣିଷ ପ୍ରାଣ ହରାଇଛି। ଖାଲି ବୋର୍ଡ ମାରି ଲେଖା ହେଉଛି “ହାତୀ ଏକ ଐତିହ ପ୍ରାଣୀ” ଏହାର ସୁରକ୍ଷା ଆମର ଦାୟିତ୍ବ ଓ ଏତିକିରେ କଥା ସରୁଛି। ତେଣିକି ହାତୀ ମରୁ ଅବା ମଣିଷ କାହାର ବା କଣ ଯାଏଆସେ। ଏପରି ରହିଲେ ଆଗାମୀ ଦିନରେ ଏହି ଐତିହ ପ୍ରାଣୀ ହାତୀବଂଶ ଲୋପ ପାଇଯିବ ଏଥିରେ କୌଣସି ସନ୍ଦେହ ନାହିଁ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *