• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାରେ ଆୟୁଷ୍ମାନ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ, ବୟୋ ବନ୍ଦନା କାର୍ଡ ଯୋଜନାର ଶୁଭାରମ୍ଭ

Bymamatanews

Apr 12, 2025
Spread the love

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ଜେ ପି ନଡ଼ାଙ୍କ କରକମଳରେ କଟକ ବାଲିଯାତ୍ରା ପଡିଆ ଠାରେ ହୋଇଯାଇଛି। ଜିଲ୍ଲା ସଭାଘର ଠାରେ ରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେବା ସହ ୩ଟି ଯୋଜନାର ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ହିତାଧିକାରୀମାଙ୍କୁ ନୂତନ କାର୍ଡ ମୁଖ୍ୟ ଅତିଥିଙ୍କ ଦ୍ବାରା ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅନ୍ତର୍ଗତ ଅନୁଗୋଳ ଜିଲ୍ଲାରେ ୧୦ ଲକ୍ଷ ହିତାଧିକାରୀ ଲାଭାନ୍ବିତ ହେବେ ।
ଯୋଜନାକୁ ଲୋକମାନକ ନିକଟକୁ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ଜିଲ୍ଲାରେ ୩୩ଟି ସଚେତନ‌ତା ରଥ ମଧ୍ୟ ଆଜି ଶୁଭାରମ୍ଭହୋଇଛି । ବୟୋ ବନ୍ଦନା ଯୋଜନା ଅନ୍ତର୍ଗତ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଦେୟ ମୁକ୍ତ ଚିକିତ୍ସା ମିଳିବ । ଅନୁଗୋଳ ଜିଲ୍ଲାର ୩୧ଟି ଗ୍ରାମାଞ୍ଚଳ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୨ଟି ପୌରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶହ ଶହ ହିତାଧିକାରୀମାନେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ରେ ଯୋଗ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ପୌରପାଳିକାର ଉପାଧ୍ୟକ୍ଷ ଶ୍ରୀମତୀ ଅନୁପମା ସାହୁ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାଃ ଶିବାନନ୍ଦ ମହାନ୍ତି, ବିଜେପି ନଗର ସଭାପତି ପୱନ କୁମାର ମାଣ୍ଡୋଠିଆଙ୍କ ସମେତ ଆଶା କର୍ମ, ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *