• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସଡ଼କ ଦୁର୍ଘଟଣା ରେ ଜଣେ ମୃତ୍ୟୁ, ଦୁଇ ଗୁରୁତର l

Bymamatanews

Apr 12, 2025
Spread the love


ଜଗତସିଂହପୁର ସଦର ମହକୁମା ଠାରୁ ଦଶ କିଲୋମିଟର ଦୂର ଜୟଷୋଳ ନିକଟରେ ଏକ କେନାଲ ପୋଲ ଉପରୁ ଯାତ୍ରୀବାହୀ କାର ଖସିପଡି ବାରୁ ଘଟଣା ସ୍ଥଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳା ଙ୍କ ର ମୃତ୍ୟୁ ଘଟଥିବା ବେଳେ ୪ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିଛିତ ହେଉଥିବା ବେଳେ ଆଉ ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଛନ୍ତି । ଏକ ଗ୍ରାଣ୍ଡ ଆଇ ଟେନ କାରରେ ଏକ ପରିବାର କଟକରୁ ନିଜ ଘର ସେକପାଟଣା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସେକପାଟଣା ଅଞ୍ଚଳର ୩୬ ବର୍ଷୀୟ ମହିଳା ଜିସାମ ଫରାନାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଆହତ ହୋଇଥିବା ୪ ଜଣଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଏଭଳି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି । ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *