କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ସ୍କୁଲ୍ କୁ ଯିବା ବାଟରେ ମହୁମାଛି ଆକ୍ରମଣରେ ଆଠଜଣ ଛାତ୍ର ଛାତ୍ରୀ ଆହତ ଚମ୍ପୁଆ ମେଡିକାଲରେ ଭର୍ତି ହୋଇଥିବା ନେଇ ସୂଚନା l ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ବ୍ଲକ କାଳିକାପ୍ରସାଦ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ଆଜି ସକାଳୁ ଏକ ଅଟୋରେ ସ୍କୁଲ ଯାଉଥିବା ସମୟରେ ହୁଞପଶି ନିକଟରେ ହଠାତ ମହୁମାଛି ପଲ ଆକ୍ରମଣ କରିଥିଲେ ଫଳରେ ଛାତ୍ର ଛାତ୍ରୀ ଗୁରୁତର ଆହତ ହେଇଥିବା ବେଳେ ସେମାନଙ୍କୁ ଘରଲୋକ ଚମ୍ପୁଆ ତାକ୍ତରଖାନା ଚିକିତ୍ସା ପାଇଁ ନେଇଥିବା ସୂଚନା।

ତେବେ ଛାତ୍ର ଛାତ୍ରୀଙ୍କ କାନ ବେକ ହାତ ସବୁ ମହୁମାଛି ଆକ୍ରମଣରେ ଫୁଲିଯାଇଥିବା ଜଣାପଡିଛି ନେଇ ସୂଚନା l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
