• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୩ ଦିନ ଧରି ଆୟୋଜନ ହେବ ଜିଲ୍ଲା ମହୋତ୍ସବ

Bymamatanews

Apr 12, 2025
Spread the love

ଅନୁଗୋଳ : ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୋଳ ଷ୍ଟାଡିୟମ ଠାରେ ରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ । ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ ତାରିଖରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ଯଥା-ପାଳଲହଡାର ଖୁଲୁଡି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ ଝରୀ, ଟିକରପଡାର ଶିବ ମନ୍ଦିର ଓ ପୁରୁଣାଗଡର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠରୁ ରୁ ମଶାଲ ଆସି ବିଭିନ୍ନ ବ୍ଳକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିର ଠାରେ ସ୍ଥାପିତ ହେବ । ସେହିପରି ମହୋତ୍ସବର ପ୍ରତି ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିବେ । ଚଳିତ ବର୍ଷ ଯେପରି ସର୍ବସାଧାରଣ ସୁବିଧାରେ ମହୋତ୍ସବକୁ ଊପଭୋଗ କରିପାରିବେ ସେଥି ନିମନ୍ତେ କୌଣସି ପାସର ବ୍ୟବସ୍ଥା ରଖାଯାଇ ନାହିଁ । ଜିଲ୍ଲା ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ ଓ ଯୋଗ ପ୍ରାଣାୟମ ଶିବିର ମଧ୍ୟ ସେହିପରି ୫ ଦିନ ଧରି ଚଳିତ ମାସ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୁତ୍ରରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *