• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବ୍ଲକ ସ୍ତରୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ଉତ୍ସବ

Bymamatanews

Apr 12, 2025
Spread the love

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ଜିଲ୍ଳା ପାଠାଗାର ସଭାଗୃହରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବରପୁତ୍ରଙ୍କ ସ୍ମୃତି ଚାରଣ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଓଡିଶା ସାହିତ୍ୟ ଏକାଡ଼େମୀରେ ଅନ୍ୟତମ ସଂଯୋଜକ ଅଧ୍ୟାପକ ବିରଞ୍ଚି ନାରାୟଣ ସାମଲ ଙ୍କ ସମାଲୋଚନାରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାର, ପ୍ରାଧ୍ୟାପକ କୁମୁଦ ଚାରଣ ଦଶା, ଡଃ ଧରଣୀଧର ନାଥ ଡଃ ଉମା ମଞ୍ଜରି ସାହୁ, ଡଃ ଇନ୍ଦିରା ଦାଶ, ରାଧାକାନ୍ତ ମହାନ୍ତି ଓ ଅକ୍ଷୟ କୁମାର ପଣ୍ଡା ଜିଲ୍ଲା ର ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋକ ପାତ କରିଥିଲେ। ଦିତୀୟ ପର୍ଯ୍ୟାୟରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବହୁ ବରିଷ୍ଠ ଓ ତରୁଣ କବି ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ରାଧାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *