• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦଲାଲ ସାଜି ରୋଗୀଙ୍କ ଠାରୁ ଲୁଟିନେଲେ ୧୦ ହଜାର

Bymamatanews

Apr 12, 2025
Spread the love

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପୁଣି ମାତିଲେ ଦଲାଲ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଭରସା କରନ୍ତି ଜିଲ୍ଲା ନିକଟବର୍ତ୍ତୀ ୬ ଜିଲ୍ଲା। ଏଠାରେ ଉତ୍ତମ ଚିକିତ୍ସା ପାଇଁ ଭରସା କରି ଆସନ୍ତି ରୋଗୀ। କିନ୍ତୁ ରୋଗୀ ଆଡମିଶନ ହେବା ବେଳେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଉପରେ ନଜର ରଖିଥାନ୍ତି ଦଲାଲ। ଆଜି ଏ ଭଳି ଏକ ଘଟଣା ସାମ୍ନା କୁ ଆସିଛି। ଦଲାଲଙ୍କ ହାବୁଡରେ ପଡି ୧୦ ହାଜର ଟଙ୍କା ହରାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଘଟଣାଟି ସମ୍ପୂର୍ଣ୍ଣ ହେଉଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନିମିଧା ଗ୍ରାମର ମଧୁ ସିଂ ଙ୍କ ସ୍ତ୍ରୀ ଜାନକୀ ସିଂ (୪୦) ଜଣେ ପାରାଲିସିସ୍ ରୋଗୀ। ଜାନକୀ ଙ୍କର ରକ୍ତ ଅଭାବ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସକାଳୁ ବିଗିଡି ଥିଲା। ଯାହା ଫଳରେ ଜାନକୀଙ୍କ ସ୍ଵାମୀ ଏବଂ ଝିଅ ଆଜି ଦିନ ୧୦ ଘଟିକା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଜାନକୀଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୪ ମାହଲାର ମହିଳା ବିଭାଗର ୩ ନମ୍ବର ବେଡରେ ଆଡମିଶନ କରାଯାଇଥିଲା। ସେହି ସମୟଠାରୁ ଏକ ଦଲାଲ ନଜର ରଖିଥିଲା। ପ୍ରଥମ ଦଲାଲ ଜଣଙ୍କ ଜାନକୀଙ୍କ ଝିଅକୁ ତଳକୁ ଡାକିଥିଲା। ଜାନକୀଙ୍କ ଝିଅ ତଳକୁ ଆସିଲା ପରେ ଦଲାଲ ଜଣ ଙ୍କ ମୁଁ ତମ ସରପଞ୍ଚଙ୍କ ଭଣଜା ହେବି ବୋଲି ପରିଚୟ ଦେଇଥିଲା। ତମ ମା ଙ୍କ ଚିକିତ୍ସା ପାଇଁ ୧୦ ହାଜର ଟଙ୍କା ଲାଗିବ ଆଉ ୧୦ ହାଜର ଦେଲା ପରେ ଚିକିତ୍ସାଳୟରୁ ଘରକୁ ଗଲେ ୫୦ ହଜାର ଟଙ୍କା ପାଇବ। ଏ ବିଷୟରେ କଥା ହେବା ପାଇଁ ତମ ବାପା ଙ୍କୁ ଡାକ ବୋଲି କହିଥିଲା ଦଲାଲ। ଜାନକୀ ଙ୍କ ଝିଅ ବାପା ନାହାନ୍ତି କହିଥିଲେ। ଆଉ କିଏ ଆସିଛି ବୋଲି ପଚାରିଲା ଦଲାଲ। ଝିଅ କହିଲେ କି ମୋ ସାଙ୍ଗ ଆସିଛି। ତା ହେଲେ ସାଙ୍ଗ କୁ ଡାକଯେ, ଏ ବିଷୟରେ କଥା ହେବି ବୋଲି କହିଲା ଦଲାଲ। ଝିଅ ସାଙ୍ଗ ଜଣଙ୍କୁ ଡାକି ଥିଲେ। ଚିକିତ୍ସା ପାଇଁ ୧୦ ହାଜର କହି ଥିଲା ଦଲାଲ। ସମୟ ଅପରାହ୍ନ ୪ ଘଟିକା ବେଳେ ମଧୁ ଆସି ରକ୍ତ ଭଣ୍ଡାର ନିକଟରେ ଥିବା ଆମ୍ବ ଗଛ ମୂଳେ ଦଲାଲ ଜଣଙ୍କୁ ମଧୁ ୧୦ ହାଜର ଦେଇଥିଲେ। ୧୦ ହାଜର ପାଇଲା ପରେ ମୁଁ କାଗଜ ପତ୍ର ଧରି କରି ଆସୁଛି କହି ଦଲାଲ ପଳାଇ ଥିଲା। ସେହି ଆମ୍ବ ଗଛ ମୂଳେ ମଧୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏବଂ ଜାଣିବାକୁ ପାଇଲେ ଯେ, କେହି ଜଣେ ଦଲାଲ ଟଙ୍କା ଠକି ନେଇ ଗଲା। ମଧୁ କାନମୁଣ୍ଡା ଆଉଁସି ଚିକିତ୍ସାଳୟର ଫାଣ୍ଡି ରେ କହିଲେ। ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଫାଣ୍ଡି ଅଧିକାରୀ କହିଥିଲେ। ଦିନକୁ ଦିନ ଦଲାଲ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ, ଚିକିତ୍ସାଳୟ କତୃପକ୍ଷ ଙ୍କ ଅବହେଳା ପାଇଁ ରୋଗୀଙ୍କ ସମ୍ପର୍କୀୟ ହେଉଛନ୍ତି ହନ୍ତସନ୍ତ। ଚିକିତ୍ସାଳୟ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ନ ଦେଲେ ପରିସ୍ଥିତି ଭୟାନକ ହେବ ବୋଲି ଚର୍ଚ୍ଚା ହେଉଛି। ଚିକିତ୍ସାଳୟ ପରିସରରେ ଦଲାଲ ମାତି ଥିବା ଅଭିଯୋଗ ପାଇବା ପରେ କଣ ପଦକ୍ଷେପ ମାନ ଗ୍ରହଣ କରିଛି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *