
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗଯୋଗୁ ଆତ୍ମନିର୍ଭର ହୋଇପାରିଛନ୍ତି ମା’ ମହାଲକ୍ଷ୍ମୀ ସ୍ବୟଂସହାୟକ ଗୋଷ୍ଠୀ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନୁଆଗାଁ ପଞ୍ଚାୟତର ସରପା ଗାଁରେ ଭକ୍ତିର ବାତାବରଣ ଓ ଧୂପର ସୁଗନ୍ଧ ପ୍ରତ୍ୟେକ ପ୍ରାର୍ଥନା ସହିତ ଆକାଶ ଛୁଆଁ ହେଉଥିବା ବେଳେ କିଛି ତଳେ କିଛି ମହିଳା ଏହି ପୁରାତନ ପରମ୍ପରାକୁ ମହିଳା ସଶକ୍ତିକରଣର ଏକ ପ୍ରମୁଖ ମାଧ୍ୟମ ଭାବେ ପରିଣତ କରିପାରିଛନ୍ତି । ଏହି କାହାଣୀ କିଛି ସାଧାରଣ ମହିଳାଙ୍କର, ଯେଉଁମାନେ ଦିନେ ରୋଷେଇ, ଘର ଚାରିକାନ୍ଥ ଭିତରେ ହିଁ ସୀମିତ ରହିଥିଲେ। କିନ୍ତୁ ସେମାନେ ପରବର୍ତ୍ତୀ ସମୟରେ ଏହାକୁ ରୋଜଗାର ଓ ଆତ୍ମନିର୍ଭର ହେବାର । ଏକ ମାଧ୍ୟମ ଭାବେ ଆପଣେଇଥିଲେ। ପୂଜାରେ ବ୍ୟବହୃତ ଧୂପକାଠିକୁ ସେମାନେ ନିଜ ହାତରେ ପ୍ରସ୍ତୁତ କରି ଘରୋଇ ପୂଜାପାଠରେ ସୀମିତ ନରଖି ଏହାକୁ ) ବ୍ରାଣ୍ଡରେ ପରିଣତ କରିଥିଲେ-ଯାହାର ନାଁ ରଖୁଥିଲେ ‘ ମଣି କାଞ୍ଚନ ଅଗରବତୀ I
ଟାଟା ଷ୍ଟିଲ ଫାଉଣ୍ଡେସନର । ମହିଳା ସଶକ୍ତି କରଣ ଓ ଉଦ୍ୟମିତା ପ୍ରକଳ୍ପ ଅଧୀନରେ ଗଠିତ ଗୃହଲକ୍ଷ୍ମୀ ସମବାୟ ସମିତିର ସହଯୋଗରେ ୨୦୨୩ ମସିହାରେ ଏକ ଛୋଟ ଉଦ୍ୟମ ଭାବରେ ଏହି ଛୋଟ ପ୍ରୟାସ ଭାବରେ ଆରମ୍ଭ ହୋଇଥିଲା। ମା ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ଏହି ଉଦ୍ୟମ ଆଜି ସେମାନଙ୍କୁ ମଣିକାଞ୍ଚନ ଜରିଆରେ ଘରେ ଘରେ ପରିଚିତ ଅଗରବତୀରେ ପରିଣତ ହୋଇପାରିଛି। ଏହାର ସୁଗନ୍ଧରେ ଚତୁର୍ପାର୍ଶ୍ବ ମହକୁଛି ତାହା ନୁହେଁ, ବରଂ ଏହା ଉକ୍ତ ମହିଳାମାନଙ୍କ ଆକାଂକ୍ଷାକୁ ପୂରଣ କରିପାରିଛି। ସେମାନେ ନିଜ ସଞ୍ଚୟ ରାଶିରୁ ମିଳିତ ଭାବେ ୨୪,୦୦୦ ଟଙ୍କା ସଂଗ୍ରହ କରି ଏହି ଯାତ୍ରା ଆରମ୍ଭ କରିଥିଲେ। ଏକ ମ୍ୟାନୁଆଲ୍ ଅଗରବତୀ ତିଆରି ଯନ୍ତ୍ର ସହ କଞ୍ଚାମାଲ କିଣିଥିଲେ ଏବଂ ନିଜକୁ ନିଜେ ପ୍ରଶିକ୍ଷିତ କରିଥିଳେ ।
କିନ୍ତୁ ସେମାନଙ୍କ ଯାତ୍ରା ଆଶାଠାରୁ ଅଧିକ କଷ୍ଟକର ଥିଲା। ବହୁବାର ଯାନ୍ତ୍ରିକ ତ୍ରୁଟି ଏବଂ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ବହୁ ବାଧାବିଘ୍ନ ସତ୍ତ୍ବେ ଯେତେବେଳେ ୩୭,୦୦୦ ଧୂପକାଠି ତିଆରି। ହୋଇପାରିଲା, ସେତେବେଳେ ସେମାନଙ୍କ ଆତ୍ମବିଶ୍ବାସ ବଢିଥିଲା। ଏହି ମା ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଘରେ ହିଁ ପ୍ରଥମେ ଧୂପକାଠି ଦୋକାନ ଆରମ୍ଭ ହୋଇଥିଲା । ଆଉ ଧୀରେ ଧୀରେ ସେମାନଙ୍କର ଏହି ପରିଶ୍ରମର ମହକ ଆଖପାଖ ଗାଁରେ ପହଞ୍ଚିଲା । ପ୍ରଥମ ବର୍ଷରେ ସେମାନେ ୩୫ ପ୍ୟାକେଟ୍ ଧୂପକାଠି ବିକ୍ରି କରି କରିପାରିଥିଲେ। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଂଶିକ ସଫଳତା ମିଳିଥିଲା ତାହା ଆଶାନୁପାତିକ ଖୁସି ଦେଇପାରିନଥିଲା କି ସ୍ୱାବଲମ୍ବନ ଦିଗରେ ସହାୟକ ହୋଇପା ନଥୁଲା ।ଗୃହଲକ୍ଷ୍ମୀ ସମବାୟ ସମିତି ଏହି ମହିଳାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସାମର୍ଥ୍ୟକୁ ଚିହ୍ନିବା ସହ ସେମାନଙ୍କ ହାତଧରି ଆଗକୁ ବଢିବାର ରାସ୍ତା ଦେଖାଇଥିଲା । ମା ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ଗୃହଲକ୍ଷ୍ମୀରେ ସାମିଲ ହେବା ପରେ ନିଜର ସ୍ୱପ୍ନକୁ ସାକାର କରିବା । ଦିଗରେ ଏକ ସୁଯୋଗ ସୃଷ୍ଟି କରିପାରିଥିଲା। ଏହିଠାରୁ ଆରମ୍ଭହୋଇଥୁଲା ଏକ ପରିବର୍ତ୍ତନର ନୂତନ ଅଧ୍ୟାୟ ।
୧୫ ମାର୍ଚ୍ଚ ୨୦୨୪ରେ ଗୃହଲକ୍ଷ୍ମୀ ସମବାୟ ସମିତି ତରଫରୁ ସେମାନଙ୍କୁ ଏକ ସ୍ୱୟଂଚାଳିତ ଅଗରବତୀ ତିଆରି ଯନ୍ତ୍ର ପ୍ରଦାନ କରିଯାଇଥିଲା । ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯାଇଥିଲା। ଗୃହଲକ୍ଷ୍ମୀର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ସହାୟତା ଯୋଗୁଁ ଦ୍ରୁତ ଉତ୍ପାଦନ, ଉନ୍ନତ ଗୁଣବତ୍ତା ଏବଂ ବିସ୍ତୃତ ବଜାର ପ୍ରବେଶ ବର୍ତ୍ତମାନ ସେମାନଙ୍କର ଛୋଟ ଉଦ୍ୟମକୁ ଏକ ବଡ କାର୍ଯ୍ୟରେ ପରିଣତ କରିପାରିଛି। ଯାତ୍ରାର ଆରମ୍ଭରୁ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୯.୫ ଲକ୍ଷ ଟଙ୍କାର ଅଗରବତୀ ବିକ୍ରୟ ହୋଇପାରିଛି। ସେମାନଙ୍କର ପ୍ରକୃତ ବିଜୟ କେବଳ ବିକ୍ରୟରେ ନଥିଲା , ତାହା ଥିଲା ମାସିକ ହାରାହାରି ୩,୫୦୦- ୪,୦୦୦ ଟଙ୍କାର ସ୍ଥିର ଆୟ ଯାହା କେବଳ ଆତ୍ମନିର୍ଭରଶୀଳ କରି ନଥିଲା ବରଂ ସାମାଜିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିଥିଲା।
