ସୋମବାର ସନ୍ଧ୍ୟା ୮ ଘଟିକା ସମୟରେ ମହିଧରପୁର ହିନ୍ଦୋଳ ରାସ୍ତାରେ ଦୁର୍ଘଟଣା ଘଟି ଚାରି ଯୁବକ ଗୁରୁତର। ସୂଚନା ଅନୁଯାଇ, ମହିଧରପୁର ଅଞ୍ଚଳରେ କାର୍ତ୍ତିକେଶ୍ଵର ପୂଜା ପାଇଁ ହିନ୍ଦୋଳ ପଟୁ ଆସୁଥିବା ଭାରି ଜାନ ଗୁଡିକୁ ମହୀଧରପୁର ଛକ ପୂର୍ବରୁ ଅଟକାଇ ଦିଆ ଯାଉଅଛି। ତେବେ ମହୀଧରପୁର ପଟରୁ ଚାରି ଜଣ ଯୁବକ ଏକ ବାଇକ୍ ହିନ୍ଦୋଳ ଆଡକୁ ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୮ ଟା ବେଳକୁ ବିପରୀତ ଦିଗରେ ଛିଡା ହୋଇଥିବା ଏକ ହାଇୱା କୁ ଧକ୍କା ଦେଇଥିଲା। ଏଥିରେ ତଳମୂଳ ଅଞ୍ଚଳର ସୁନୀଲ ବେହେରା (୨୪),ରିଙ୍କୁ ବେହେରା (୨୫),ସୁରଥ ବେହେରା (୨୧),ରାଜା ବେହେରା (୨୧) ଗୁରୁତର ଆହତ ହୋଇ ରାସ୍ତା ପଡି ରହିଥିଲେ। ଖବର ପାଇ ମହୀଧରପୁର ଫାଣ୍ଡି ପୋଲିସ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଇବା ସହ ପରିବାର ଲୋକ ଙ୍କୁ ଖବର୍ ଦେଇଛନ୍ତି।
