• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦିଅର ମାଡ଼ରେ ଭାଉଜ ଗୁରୁତ୍ତର

Bymamatanews

Nov 12, 2024
Spread the love

ଅନୁଗୋଳ ସଦର ଥାନା ଅଧିନସ୍ଥ ପରତରା ଗ୍ରାମରେ ଦିଅର ମାଡ଼ରେ ଭାଉଜ ଗୁରୁତର ହୋଇଛନ୍ତି। ସୂଚନା ଯେ, ସଦର ଥାନା ପରତରା ଗ୍ରାମର କୈଳାସ ଚନ୍ଦ୍ର ମହାପାତ୍ରଙ୍କ ଘର କୁ ଲାଗୀ ବିରଞ୍ଚି ମହାପାତ୍ର ଘର କରିଛନ୍ତି। ବିରଞ୍ଚିଙ୍କ ଛାତ ଉପରେ ଏକ ପାଣି ଟାଙ୍କୀ ବସାଇଛନ୍ତି। ଟାଙ୍କୀ ପାଣି ର ପାଣି କୁ କୈଳାସଙ୍କ ଘର ଆଡକୁ ଛାଡ଼ୁ ଥିବାରୁ ଘରର କାନ୍ଥ ଓଦା ହୋଇ କାନ୍ଥ ଖଣ୍ଡିଆ ଖାବରା ହୋଇ ଥିବାରୁ କୈଳାସଙ୍କ ପରିବାର ଙ୍କ ୧୪/୧୦/୨୦୨୪ ତାରିଖ ଦିନ ବାରଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ କୈଳାଶଙ୍କ ସ୍ତ୍ରୀ ଗୋଲାପ ଙ୍କୁ ବୀରଞ୍ଚି ଙ୍କ ପରିବାର ମାଡ ମାରିଥିଲେ। ଏ ଘଟଣା ବିଷୟରେ ଗୋଲାପ ୧୫.୧୦.୨୦୨୪ ତାରିଖ ଦିନ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋଲାପ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରୁ ଅବସ୍ଥା ସଂକଟାପନ୍ନ ହେବାରୁ କଟକ କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମୁଣ୍ଡ ଗଭୀର ଆଘାତ ଲାଗିବା ସହିତ ହାତ ଭାଙ୍ଗି ଯାଇଥିଲା। ଥାନାରୁ ନ୍ୟାୟ ନମିଳିବାରୁ ଆଜି ବାଧ୍ୟ ହୋଇ ନ୍ୟାୟ ପାଇବା ଆଶା ନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *