ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ ହୋଇଛି। ସାରା ରାଜ୍ୟରେ ବିଭିନ୍ନ ବ୍ୟବସାୟୀ ସଂସ୍ଥା ଖାଦ୍ୟ ର ମାନ କୁ ନେଇ ଚହଳ ସୃଷ୍ଟି କରିଥିବା ବେଳେ ଏଥିପ୍ରତି ଅନୁଗୋଳ ଖାଦ୍ୟ ନିରାପତ୍ତା ବିଭାଗ ସଜାଗ ହୋଇଯାଇଛି। ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରିଣୀ ହରପ୍ରିୟା ବେହେରା , କାର୍ଯ୍ୟାଳୟ ର କର୍ମଚାରୀ ନୀଳାମ୍ବର ପ୍ରଧାନ ଓ ବଅଁରପାଳ ପୋଲିସ ଉପସ୍ଥିତିରେ ଚଢାଉ କରାଯାଇଥିଲା। ଆଜିର ଏହି ଚଢାଉ ବଅଁରପାଳ ହାଟ, ଟମାଡ ମାର୍କେଟ ଟେଲକୋ ଛକରେ ଥିବା ହୋଟେଲ, ଜଳଖିଆ ଦୋକାନ, ପାନ ଦୋକାନ ଓ ରାସନ ଦୋକାନ ମାନଙ୍କରେ ଚଢାଉ କରି ୮୦୦୦ ଟଙ୍କା ଜୋରିମାନା କରାଯିବା ସହ ନିଷେଧ ଗୁଟଖା ସମାଗ୍ରୀ ଜବତ କରିଛନ୍ତି।
