• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦାଦା ବଟି ନଦେବାରୁ ଦହିବରା ବେପାରୀକୁ ମାରଣାସ୍ତ୍ରରେ ଆକ୍ରମଣ

Bymamatanews

Nov 12, 2024
Spread the love

୧୧୨ ନମ୍ବରର ସଦୁପଯୋଗ ରୁ ବଡ଼ଧରଣ ଘଟଣାରୁ ବର୍ତ୍ତୀ ଗଲେ ବେପାରୀ

ଏହିପରି ଏକ ଅଘଟଣା ଘଟିଛି ଅନୁଗୋଳ ଟାଉନ୍ ଥାନା ଅଧୀନରେ ଆସୁଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଯେ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ ଆଜିକୁ ପ୍ରାୟ ଚାରିବର୍ଷ ହେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦହିବରା ବେପାର କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଆଜି ଦିନ ବାରଟା ବେଳେ ପ୍ରଗତି ନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦାବଟି ମାଗିଥିଲେ। ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଯାହା ଫଳରେ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ଉତ୍କ୍ଷିପ୍ତ ହୋଇ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ତ୍ରିନାଥ ଭୟଭୀତ ହୋଇ ୧୧୨ ନମ୍ବରରେ ଯୋଗାଯୋଗ କରିଥିଲେ। ଥାନା ନିକଟ ଅଞ୍ଚଳ ହୋଇଥିବାରୁ କିଛି ସମୟ ମଧ୍ୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଆସିବା ଜାଣିପାରି ଘଟଣାସ୍ଥଳରୁ ଅଭିଯୁକ୍ତ ସମୀର ଫେରାର ହୋଇ ଯାଇଥିଲା। ତ୍ରିନାଥଙ୍କ ସ୍ତ୍ରୀ ଥାନାରେ ଦାଦାବଟି ନଦେବାରୁ ଆକ୍ରମଣ ଶିକାର ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *