• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭୁବନେଶ୍ୱରରେ ପଞ୍ଚମ ଜାତୀୟ ଇଏମ୍ଆରଏସ୍‍ ସାଂସ୍କୃତିକ ଓ ସାହିତ୍ୟ ମହୋତ୍ସବ ଏବଂ କଳା ଉତ୍ସବ

Bymamatanews

Nov 12, 2024
Spread the love

ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ଵର : ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଜାତୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ପକ୍ଷରୁ ୫ମ ଜାତୀୟ ଇଏମ୍ଆରଏସ୍‍ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଏବଂ କଳା ଉତ୍ସବ-୨୦୨୪ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ମଡେଲ୍ ଜନଜାତି ଶିକ୍ଷା ସମିତି (ଓଏମଟିଇଏସ୍) ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଯୋଗଦେବେ।

ଚଳିତ ବର୍ଷର ସାଂସ୍କୃତିକ ଉତ୍ସବର ବିଷୟବସ୍ତୁ ହେଉଛି ‘ଭଗବାନ ବିର୍ସା ମୁଣ୍ଡା ଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି’ ଏବଂ ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଏହି ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ବଢ଼ାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ:

  • ପ୍ରତିଭା ଓ ଏକତା ପ୍ରଦର୍ଶନ:ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଆଦିବାସୀ ସମ୍ପ୍ରଦାୟର ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ବ କରି ଦେଶର ବିଭିନ୍ନ ସ୍ଥାନରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ୍)ରେ ପଢ଼ୁଥିବା ୨୦୦୦ରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।
  • ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ମହୋତ୍ସବ ଓ କଳା ଉତ୍ସବ କାର୍ଯ୍ୟକ୍ରମ:ଏହି କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ, ବାଦ୍ୟ ସଙ୍ଗୀତ, ନୃତ୍ୟ, ଥିଏଟର ଏବଂ ଭିଜୁଆଲ ଆର୍ଟସ ସମେତ ୩୫ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଜାତୀୟ ମଞ୍ଚରେ ସେମାନଙ୍କର କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିପାରିବେ । ଏହି ସାଂସ୍କୃତିକ ଉତ୍ସବର ବିଜେତାମାନେ ଆରଆଇଇ ଭୋପାଳରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ, ଯେଉଁଥିରେ ଇଏମ୍ଆରଏସ୍ ଛାତ୍ରଛାତ୍ରୀମାନେ ଦେଶର ଅନ୍ୟ ୩୮ଟି ଦଳ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
  • ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା:ଇଏମଆରଏସ ସାଂସ୍କୃତିକ ଉତ୍ସବ ଦୀର୍ଘ ଦିନ ଧରି ଆଦିବାସୀ ଏବଂ ମୁଖ୍ୟସ୍ରୋତର ସମ୍ପ୍ରଦାୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସାମର୍ଥ୍ୟ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିବା ର ଲକ୍ଷ୍ୟ ରଖିଛି ।

ଇଏମଆରଏସ ସାଂସ୍କୃତିକ ଉତ୍ସବ ଆଦିବାସୀ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ କଳାତ୍ମକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି । ସାଂସ୍କୃତିକ ଅଭିବ୍ୟକ୍ତି ମାଧ୍ୟମରେ ଆଦିବାସୀ ଶିକ୍ଷା ଓ ସଶକ୍ତୀକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ସାମାଜିକ ଓ ଶୈକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ଏନଇଟିଏସ୍ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *