ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ହନୁମାନ ବଜାର ନିକଟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ତଥା କେନାଲ ବ୍ରିଜ ଉପରେ ୩୦ ଟନ ଜନ୍ତ୍ରାସ ବୋଝେଇ ଯାଉଥିବା ଟ୍ରଲର ଦୁର୍ଘଟଣା ଗ୍ରସ୍ତ। ଜାତୀୟ ରାଜପଥ ଗାଡି ଚଳାଚଳ ବାଧା ପ୍ରାପ୍ତ। ସୂଚନା ଯେ, ଗତ କାଲି ବିଲମ୍ବିତ ରାତ୍ର ୧୨ ଘଟିକା ବେଳେ ଏକ ଟ୍ରଲର CG 07 AY 4578 ଖୋର୍ଦ୍ଧା ରୁ ୩୦ ଟନ ଜନ୍ତ୍ରାସ ବୋଝେଇ ରାୟଗଡ ଅଞ୍ଚଳକୁ ଯାଉଥିବା ବେଳେ ହନୁମାନ ବଜାର କେନାଲ ବ୍ରିଜ ଅତିକ୍ରମ କଲା ବେଳେ ହଠାତ୍ ସମୁଖରୁ ଦୁଇ ଗୋଟି କାର ଆସିବାରୁ ଟ୍ରଲର ଚାଳକ ଦୁଇ କାର କୁ ବଞ୍ଚାଇବା କୁ ଯାଇ ଟେଲର ବାମ କୁ କାଟି କାଟି ଥିଲେ। ଯାହା ଫଳରେ ବାମ ପଟେ ଏକ ଗଛ ଡାଳ ରେ ଜନ୍ତ୍ରାସ ଲାଗୀ ବାରୁ ଟ୍ରଲର ଭାଙ୍ଗି ଯାଇ ଜନ୍ତ୍ରାସ ତଳେ ପଡି ଯାଇଥିଲା। ଯାହା ଫଳରେ ରାତ୍ର ୧୨ ଘଟିକା ରୁ ଦିନ ଦୁଇ ଘଟିକା ତଥା ୧୪ ଘଣ୍ଟା ଜାତୀୟ ରାଜପଥ ଗାଡି ଚଳାଚଳ ବାଧା ପ୍ରାପ୍ତ ସ୍ରୁଷ୍ଟି ହୋଇଥିଲା। ଦିନ ଦୁଇ ଘଟିକା ପରେ ୩ ରୁ ୪ ଗୋଟି ହାଇଡ୍ରା ଆସି ଜନ୍ତ୍ରାସ ବ୍ରିଜ ଉପରୁ ହଟାଇ ଥିଲେ। ଯାହା ଫଳରେ ଜାତୀୟ ରାଜପଥ ଗାଡି ଚଳାଚଳ ସ୍ଵାଭାବିକ ହୋଉଥିଲା।
