• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବନ୍ଦା ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

Bymamatanews

Jan 13, 2025
Spread the love

ଅରାହାଟ ଇଲେଭେନସ କୁ ମାତ୍ ଦେଇ ଟେଣ୍ଟଲୋଇ ଇଲେଭେନ ଚାମ୍ପିଆନ୍

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ବନ୍ଦା ପଞ୍ଚାୟତ ରେ ଚାଲିଥିବା ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ବିଧାୟିକା ପ୍ରାର୍ଥୀନୀ ସଂଯୁକ୍ତା ସିଂ ଢେଙ୍କାନାଳ ସଂସାଦ ପ୍ରାଥୀ ଡାଃ ଅବିନାଶ ସାମଲ, ୨୮ ନମ୍ବର ଜୋନ ପର୍ଯ୍ୟବେକ୍ଷକ ସୁବାଷ୍ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ବିଜେଡି ଉପସଭାପତି ବାଉରୀ ବନ୍ଧୁ ସାହୁ, ସରପଞ୍ଚ ନକୁଳ ସାହୁ ଯୋଗଦେଇଥିଲେ। ଟୁର୍ନାମେଣ୍ଟ ଜାନୁଆରୀ ୫ ରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୬ଟି ଦଳ ଭାଗ ନେଇଥିଲେ। ଶେଷ୍ ପର୍ଯ୍ୟାୟରେ ଅରାହାଟ ଇଲେଭେନସ ଓ ଟେଣ୍ଟଲୋଇ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟେଣ୍ଟଲୋଇ ଇଲେଭେନ ଟଚ ଜିତି ପ୍ରଥମେ ୧୬ ଓଭର୍ ବ୍ୟାଟିଂ କରି ୬ ୱିକେଟ ହରାଇ ୧୩୪ ରନ ର ଟାର୍ଗେଟ ନିର୍ଦ୍ଧାରିତ କରିଥିଲେ। ଜବାବ୍ ଅରାହାଟ ଇଲେଭେନସ ପ୍ରାରମ୍ଭିକ ଯୋଡି ଭଲ ରନ୍ ସଂଗ୍ରହ କରିଥିବା ବେଳେ ପରବର୍ତ୍ତୀ ସମୟରେ ସହଳ ୱିକେଟ ପତନ ଘଟିବା ଦ୍ଵାରା ୧୦୩ ରନ୍ ରେ ସମସ୍ତ ୱିକେଟ୍ ହରାଇ ପରାଜୟ ହୋଇଥିଲା। ଫାଇନାଲ ବିଜେତା ଦଳକୁ ମୁଖ୍ୟଅତିଥି ଶ୍ରୀ ସିଂ ଓ ଉପବିଜେତା ଦଳକୁ ସମ୍ମାନିତ ଅତିଥିଗଣ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଭାଷ୍ଯକାର ଭାବେ ଓଡିଶା କ୍ରିକେଟ ର ମାନସ କୁମାର ଦାସ ଓ ଅମିତ୍ ରୋଶନ ଗଡନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଖେଳ ପରିଚାଳନାରେ ବସନ୍ତ ଦେହୁରୀ ଓ ମାଷ୍ଟର୍ ବିକି ପରିଚାଳନା କରିଥିଲେ। ଏହି ଟୁର୍ନାମେଣ୍ଟ ପ୍ରଥମ ଦିନରୁ ଦର୍ଶକ ଭରି ରହୁଥିବା ବେଳେ ଫାଇନାଲ ମ୍ୟାଚ ରେ ପ୍ରାୟ ୭ ହଜାର ରୁ ଉର୍ଦ୍ଧ ଦର୍ଶକ ଖେଳ ର ମଜା ନେଇଥିଲେ। ଟୁର୍ନାମେଣ୍ଟ ପରିଚାଳନା ରେ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ, ସଭାପତି ସୁରେଶ୍ ସାହୁ, ଅରୁପା ନନ୍ଦ ସାହୁ, ସତ୍ୟଜିତ ଦେହୁରୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *