• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ

Bymamatanews

Jan 13, 2025
Spread the love

ଅନୁଗୋଳ : ରବିବାର କାଣ୍ଡସର ସ୍ଥିତ ଶିବ ମନ୍ଦିର ନିକଟସ୍ଥ ଆମ୍ଭ ତୋଟାରେ ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ପତିତପାବନ ବାଡ଼ିଆ କରିଥିବା ବେଳେ ଶ୍ରୀକାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗଠନର ଉନ୍ନତି, ସେବା, ସାହାଯ୍ୟ, ସହଯୋଗ କ୍ଷେତ୍ରରେ ଏକତ୍ରିତ ହୋଇ ସଂଗଠନ ସଦସ୍ୟ କାର୍ଯ୍ୟ କରିବା ନେଇ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ବେହେରା ଅଭିମତ ପ୍ରଦାନ କରିଥିଲେ । ସଂଗଠନ ତରଫରୁ ପୂର୍ବରୁ ତିନି ବର୍ଷ ଧରି ବସ୍ତ୍ର ପ୍ରଦାନ, ଦେବାଳୟ ସ୍ୱଚ୍ଛତା କରିବା, ଶୀତ ବସ୍ତ୍ର ପ୍ରଦାନ, ଅସହାୟ ରୋଗୀ ମାନଙ୍କୁ ସେବା ପ୍ରଦାନ, ଗରିବ ଲୋକଙ୍କୁ ସାହାଯ୍ୟ ସହଯୋଗ ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଅଛି । ଉକ୍ତ ସଂଗଠନ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୂର୍ବରୁ ସମ୍ମାନୀତ ହୋଇଛନ୍ତି । ନୂତନ କର୍ମକର୍ତ୍ତା ଚୟନ ଅନୁଯାୟୀ ସଭାପତି ରୂପେ ଅନନ୍ତ ନାରାୟଣ ବାରିକ, ଉପ ସଭାପତି ପ୍ରଦୀପ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ନାରାୟଣ ତ୍ରିପାଠୀ, ସାଧାରଣ ସମ୍ପାଦକ ସୁଧାକର ସାହୁ, କାର୍ଯ୍ୟକାରୀ ସମ୍ପାଦକ ତରିଣୀ ସେନ ପ୍ରଧାନ, କୋସାଧ୍ୟକ୍ଷ ପତିତପାବନ ଗଡନାୟକ, ମୁଖ୍ୟ ଉପଦେଷ୍ଟା ରୂପେ ଚିନ୍ମୟୀ ଦାସ, ବିଷ୍ଣୁ ଚରଣ ବେହେରା, ପ୍ରକାଶ ବେହେରା, ସଞ୍ଜୟ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ, ବନିତା ସାହୁ ପ୍ରମୁଖ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ ସଦସ୍ୟ ରୂପେ ସନ୍ତୋଷ କୁମାର ନାୟକ, ଶ୍ରୀକାନ୍ତ କୁମାର ସାହୁ ( ବାବା ), ସୁଧାକର ବେହେରା, ଦୀପକ ପ୍ରଧାନ, ସରୋଜ କୁମାର ମହାକୁଡ଼, ସେବକ କୁମାର ଦାସ ପ୍ରମୁଖ ମନୋନୀତ ହୋଇଥିଲେ । ଉକ୍ତ ସଂଗଠନରେ ପ୍ରାୟ ଶତାଧିକ ସଦସ୍ୟ ଯୋଡ଼ିତ ରହି ଦିନ ଦୁଃଖୀଙ୍କ ସେବା କାର୍ଯ୍ୟ ଜାରି ରଖିଛନ୍ତି । ଉକ୍ତ ସଂଗଠନରେ ତିନି ବର୍ଷ ଧରି ସଭାପତି ରୂପେ ଚୟନ ହୋଇଥିବା ଏବଂ ନବ ମନୋନୀତ ରୂପେ ସଭାପତି ଅନନ୍ତ ବାରିକ ସଭାରେ ଜୀବନ ଥିବା ପର୍ଯ୍ୟନ୍ତ ସେବା ଜାରି ରହିବା ନେଇ ମତବ୍ୟକ୍ତ କରିଥିଲେ । ସମ୍ପାଦକ ସୁଧାକର ସାହୁ ନିଜର ବକ୍ତବ୍ୟରେ ସେବା, ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରିବା ସହ ସଂଗଠନକୁ ସୁଦୃଢ କରିବା ନେଇ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *