• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡିଶା ବ୍ରିଗ୍ରେଡ ସ୍କୁଲ ର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Bymamatanews

Jan 13, 2025
Spread the love

ଅନୁଗୋଳ ଜିଲ୍ଲା ତୁରଙ୍ଗ ସ୍ଥିତ ବିକାଶ ନଗର ଠାରେ ଥିବା ଓଡିଶା ବ୍ରିଗ୍ରେଡ ସ୍କୁଲ ର ୨୭ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଓଡିଶା ବ୍ରିଗ୍ରେଡ ସ୍କୁଲ ର ୨୭ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ମୁଖ୍ୟ ବକ୍ତା ଭାବେ ଖମାର ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡା, ସମ୍ମାନୀୟ ଅତିଥି ବରୁଣ କୁମାର ସାହୁ, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସ, ସୁଶାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ସ୍କୁଲ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ତା ସହିତ ସ୍କୁଲ ପକ୍ଷରୁ ପୂର୍ବରୁ ଆୟାଜିତ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ତା ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବ କାର୍ଯ୍ୟାଳୟ କୁ ଓଡିଶା ବ୍ରିଗ୍ରେଡ ସ୍କୁଲ ର ପ୍ରିନ୍ସିପାଲ ରମାକାନ୍ତ ପଣ୍ଡା ପରିଚାଳନା କରିବା ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *