• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ବେଆଇନ ଗାଡି ଚାଳନା ନେଇ ୪୭୮ ଜଣଙ୍କର ଲାଇସେନ୍ସ ରଦ୍ଦ କଲା ପ୍ରଶାସନ

ଅନୁଗୋଳ (୧୩/୦୨/୨୦୨୬) : ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଜାନୁଆରୀ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ୱାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା ।

ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଜାନୁଆରୀ ମାସରେ ଜିଲ୍ଲାରେ ମୋଟ ୪୩ଟି ଦୁର୍ଘଟଣା ଘଟିଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୬ ଜଣ ଆହତ ହୋଇଛନ୍ତି । ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଲଣ ଯୋଗୁଁ ୧୦୬୨ ଜଣ, ଦ୍ରୁତ ଗାଡି ଚାଳନ କରିବା ଯୋଗୁଁ ୯୬୮ ଜଣ , ମଦ୍ୟପାନ କରି ଗାଡି ଚାଳନା ନିମନ୍ତେ ୪୫ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୪୩ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବାବେଳେ ୪୭୮ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଳ ଜୈନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଆଇଏଏସ୍ ପ୍ରୋବେସନର କସ୍ତୁରୀ ସା , ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାରଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *