• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ

Bymamatanews

Feb 13, 2026
Spread the love

ଢେଙ୍କାନାଳ ସଦର ବ୍ଳକ୍‌ର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପ୍ରେଲ୍ ମାସ ଠାରୁ ଏପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ମାନଙ୍କରେ ଚାଉଳ ଦେବାରେ ଅନିୟମିତତା ଦେଖାଦେଇଛି । ଅଙ୍ଗନୱାଡି କର୍ମୀ ୩ କୁଇଣ୍ଟାଲ ଚାଉଳ ପାଇଁ କହୁଥିବାବେଳେ ସେଠାରେ ୫୦ କେଜି ଚାଉଳ ଦିଆଯାଉଛି। ଆଉ କିଛି କେନ୍ଦ୍ରରେ ଆଦୌ ଚାଉଳ ଦେଉ ନାହାଁନ୍ତି । ଏ ବିଷୟରେ ସିଡିପିଓ ଙ୍କୁ ପଚରା ଗଲେ କୁହନ୍ତି ଜିଲ୍ଲା ଅଫିସରଙ୍କୁ ପଚାରନ୍ତୁ । ଅପରପକ୍ଷରେ ନଭେମ୍ବର, ଡିସେମ୍ବର ୨୦୨୫ ମସିହା ଓ ଜାନୁଆରୀ ମାସର ରୋଷେଇ ଓ ଅଣ୍ଡା ବଣ୍ଟନକୁ ଟଙ୍କା ମିଳିଲା ନାହିଁ । ୧୪ ରୁ ୧୮ ବର୍ଷ ଓ ୧୮ ରୁ ୧୯ବର୍ଷ କିଶୋରୀ ବାଳିକାଙ୍କ ଅଣ୍ଡା ବଣ୍ଟନ ଟଙ୍କା ୨୦୨୫ ମସିହା ଜୁଲାଇ ମାସ ଠାରୁ ମଧ୍ୟ ମିଳନାହିଁ । ଯାହା ବି ମିଳେ ତାହା ମଧ୍ୟ ସଠିକ୍ ହିସାବ ଟଙ୍କାରୁ କମ ମିଳିଛି ବୋଲି ଉଲ୍ଲେଖ କରିଛନ୍ତି । ସାରା ରାଜ୍ୟରେ ଜାନୁଆରୀ ମାସରେ ଦରମା ପାଇଥିବା ବେଳେ ସଠିକ୍ ସମୟରେ ଦରମା ୟୁ.ସି. ସି.ଡି.ପି.ଓ ବିଭାଗକୁ ପଠାଇ ନଥୁବାରୁ ଆମର ଜାନୁଆରୀ ମାସର ଦରମା ଏ ପର୍ଯ୍ୟନ୍ତ ମିଳନାହିଁ । ଅଗଷ୍ଟ ମାସରେ ଆସିଥିବା ଯୋତା ମୋଜା ଟଙ୍କାକୁ ୩ ଥରରେ ଜମା ଖାତାକୁ ପଠାଇ ମଧ୍ୟ ଯାହାର ୩୦ ପିଲାକୁ ୧୫୦୦ ଟଙ୍କା, ୪୦ ପିଲାକୁ ୧୮୦୦ ଟଙ୍କା ଏଭଳି ଟଙ୍କା ପଠାଇଥିଲେ । ଯାହାପାଇଁ କି ହାତରୁ ଟଙ୍କା ଦେଇ ଯୋତା ମୋଜା ଦେଇ ମଧ୍ଯ ଏହି ଟଙ୍କା ଏ ପର୍ଯ୍ୟନ୍ତ କର୍ମୀମାନେ ପାଇ ନାହାଁନ୍ତି । ଏସବୁ ସମସ୍ୟା ନେଇ ସଂଘ ପକ୍ଷରୁ ଏକ ଲିଖିତ ଭାବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ) ଲଳିତ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *