• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବହୁ ବିବାହ ସାମଗ୍ରୀକୁ ନେଇ ଉପହାସ ପରେ ସମ୍ପର୍କୀୟଙ୍କୁ ଆକ୍ରମଣ।

Bymamatanews

Mar 13, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା କୁକୁଡାଙ୍ଗ ପଞ୍ଚାୟତ ଟେଣ୍ଟୋଇ ଗ୍ରାମରେ ବହୁ ଘର ବିବାହ ସାମଗ୍ରୀକୁ ନେଇ ଗ୍ରାମର ଯୁବକମାନେ ସମ୍ପର୍କୀୟଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ । ସୂଚନା ଅନୁଯାୟୀ ଆହତ ଯୁବକ ଜଣଙ୍କ ହେଲେ ତ୍ରିଲୋଚନ ନାଏକଙ୍କ ୨୬ ବର୍ଷୀୟ ପୁଅ ଅର୍ଜୁନ ନାଏକ। ଭାଇର ବାହାଘର ଭୋଜି ଚାଲିଥିବା ବେଳେ ଭାଉଜ ଘର ପକ୍ଷରୁ ଵିଵାହ ସାମଗ୍ରୀ ଆଣି ପହଞ୍ଚାଇଥିଲେ। ଠିକ୍ ଏହି ସମୟରେ ଗ୍ରାମର ବିଶୁ ନାଏକ ସାମଗ୍ରୀକୁ ଦେଖି ଉପହାସ କରିବା ସହ ଅସଭ୍ୟ ଭାଷାରେ ବନ୍ଧୁମାନଙ୍କୁ ଗାଳି ଗୁଲଜ କରିଥଲେ। ବିବାହ ଭୋଜିରେ ଗାଳିଗୁଲଜ ଶୁଣି ଅର୍ଜୁନ ଆସି ପ୍ରତିବାଦ କରିଥଲେ ପ୍ରତିବାଦ ମଧ୍ୟରେ ବିଶୁଙ୍କ ଅନ୍ୟ ଦୁଇ ଭାଇ ବୈକୁଣ୍ଠ ନାଏକ ଓ ବବୁଲ ନାଏକ ପହଞ୍ଚି ବିଶୁଙ୍କ ସହ ମିଶି ଝଗଡ଼ା କରି ବାଉଁଶ ବାଡିରେ ଆକ୍ରମଣ କରି ଅର୍ଜୁନଙ୍କୁ ଗୁରୁତ୍ତର ଭାବେ ଆହତ କରିଥଲେ। ପରିବାର ପକ୍ଷରୁ ଅର୍ଜୁନଙ୍କୁ ଅନୁଗୋଳ ମୂଖ୍ୟ ଚିକିତ୍ସାଲୟକୁ ନେଇ ଚିକିତ୍ସା କରିବା ସହ ବଅଁରପାଳ ଥାନାରେ ଆକ୍ରମଣ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *