• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଏନ୍. ଜେ. ଡବ୍ଲୁ ଏବଂ ଶୁଦ୍ଧାନନ୍ଦ ବିଦ୍ୟାଳୟ ସ୍କାଉଟ ଟ୍ରୁପ୍ ଆନୁକୁଲ୍ୟରେ ଜଳ ସେବା ଶିବିର ଉଦ୍ଘାଟିତ

Bymamatanews

Apr 13, 2025
Spread the love

ଜଗତ୍ସିଂହପୁର : ଶୁଦ୍ଧାନନ୍ଦ ବିଦ୍ୟାଳୟ ପ୍ରାଙ୍ଗଣ ରେ ଏନ୍. ଜେ .ଡବ୍ଲୁ (ଓପନ) ୟୁନିଟ୍, ଜଗତସିଂହପୁର ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ ଗାଇଡସ୍ ଓ ଶୁଦ୍ଧାନନ୍ଦ ସ୍କାଉଟ୍ ଟ୍ରୁପ୍ ର ମିଳିତ ଉଦ୍ୟମ ରେ ପନ୍ଦର ଦିନ ବ୍ୟାପି ଜଳ ସେବା ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିର ରେ ଶୁଦ୍ଧାନନ୍ଦ ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ବିଶ୍ୱଜିତ୍ ସ୍ୱାଇଁ , ୟୁନିଟ୍ ଲିଡର ବିଜୟ କୁମାର ରଥ, ବିଦ୍ୟାଳୟ ର ପ୍ରଶାସନ ଅଧିକାରୀ ଜଦୁ ନାଥ ଦାସ,ଜିଲ୍ଲା କମିଶନର ଅତୁଲ ବିକ୍ରମ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ , ଶରତ ଚନ୍ଦ୍ର ବାରିକ , ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡା,ଜିଲ୍ଲା ଟ୍ରେନିଙ୍ଗ କମିଶନର ହରେକୃଷ୍ଣ ଲେଙ୍କା, ସ୍କାଉଟର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅମୂଲ୍ୟ କୁମାର ମିଶ୍ର ,ଜିଲ୍ଲା ସଂଗଠନ କମିଶନର ପ୍ରତାପ ଚନ୍ଦ୍ର ରାତରାୟ,ଜିଲ୍ଲା ଟ୍ରେନିଙ୍ଗ କମିଶନର ଗାଇଡ୍ ସସ୍ମିତା ଶତପଥୀ ,ଜିଲ୍ଲା ସଂଗଠନ କମିଶନର ଗାଇଡ୍ ଶ୍ରୀମତୀ ଲତା ଦେଇ , ଏନ୍ ଜେ ଡବ୍ଲୁ ଆଡଭାଇଜରୀ କମିଟି ସଦସ୍ୟ ସ୍ମୃତି ରଞ୍ଜନ ସ୍ବାଇଁ ,ଅଞ୍ଜନ କୁମାର ସାହୁ, ରାକେଶ ରୋସନ ସାହୁ, ପ୍ରିୟଦର୍ଶିନୀ ଦାସ , ବୀଣା ଦେଇ ,ସୁରେଶ ସେନ ,ଅଭୟ ପାଲ ,ଅଜୟ ଗୋଚ୍ଛାୟତ ପ୍ରଭୃତି ଯୋଗ ଦେଇ ଲୋକ ମାନଙ୍କୁ ଦହି ପଣା ବାଣ୍ଟି ଥିଲେ।ଏନ୍ . ଜେ. ଡବ୍ଲୁ ରୋଭର୍ ୟୁନିଟ୍ ର ଭାରପ୍ରାପ୍ତ ରୋଭର୍ ଲିଡର ତଥା ଶୁଦ୍ଧାନନ୍ଦ ବିଦ୍ୟାଳୟ ର ସ୍କାଉଟ୍ ମାଷ୍ଟର୍ ଆଶୁତୋଷ ପଣ୍ଡା ଏହି ଶିବିର କୁ ପରିଚାଳନା କରିବା ସହିତ ଭୀଷଣ ଗ୍ରୀଷ୍ମ ତାପ କୁ ଆଖି ଆଗରେ ରଖି ଏହି ଶିବିର ଟି ୨ ଟି ପର୍ଯ୍ୟାୟ ରେ ୧୫ ଦିନ ବ୍ୟାପୀ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ହେବ ଏବଂ ପ୍ରଥମ ପର୍ଯ୍ୟାୟ ଆସନ୍ତା ତା ୧୩/୦୪/୨୫ ରିଖ ରୁ ଆରମ୍ଭ ହୋଇ ୧୯/୦୪/୨୫ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ୨ ୟ ପର୍ଯ୍ୟାୟ ଆସନ୍ତା ମାସରେ ଅନଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ସ୍କାଉଟ୍ ଓ ରୋଭର ମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଦହି ପଣା ପିଇବାକୁ ଦେଇଥିଲେ । ଏହି ଶିବିର କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତ ସ୍କାଉଟ୍ ସିନିୟର୍ ରୋଭର ମେଟ୍ ସଂଗ୍ରାମ, କ୍ରାନ୍ତି,ସନ୍ତୋଷ,ଆକାଶ,ରୁଦ୍ର,ଦୀପ୍ତି,ଆଶୁତୋଷ, ବଦ୍ରି, ନରେଶ,ସ୍ବରାଜ , ସୋମ୍ୟାଜିତ,ସିଦ୍ଧାନ୍ତ ସହାୟତାର ହାତ ବଢ଼ାଇ ଥିଲେ । ସ୍ଥାନୀୟ ଅଞ୍ଚଳରେ ଏହି ମହତ୍ କାର୍ଯ ପାଇଁ ଲୋକମାନେ ମଧ୍ୟ ଏହି ସ୍କାଉଟ୍ ଏବଂ ରୋଭର ମାନଙ୍କ ପ୍ରଶଂସା କରିଥିଲେ। ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *