• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଖଣି ମାଫିଆ ମାନଙ୍କୁ କାହାର ସମର୍ଥନ, ଅବାଧରେ ଲୁଟୁଛନ୍ତି ଖଣିଜ ପଦାର୍ଥ।

Bymamatanews

Jul 13, 2025
Spread the love

କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ତଥା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ସ୍ଥିତ ଶିବ ମନ୍ଦିର ସମ୍ମୁଖରେ ଗଚ୍ଛିତ ଥିବା ଗୁଣ୍ଡ ଲୁହାପଥର ରୁ ଚୋରା ଚାଲାଣ କରୁଥିବା ଏକ ଟ୍ରେଲର ସହିତ ଡ୍ରାଇଭରକୁ ଧରି ଗ୍ରାମବାସୀ ପୋଲିସକୁ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ,ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଲୁହାପଥର ଡିପୋ ରୁ ଚୋର ମାନେ ଗାଡ଼ି ଲଗାଇ ଚୋରା ଚାଲାଣ କରୁଥିଲେ । ଚୋରା କାରବାର ହେଉଥିବା ନେଇ ସ୍ଥାନୀୟ ଲୋକେ ଜାଣି ପାରି ଘଟଣାସ୍ଥଳକୁ ଯାଇ ଲୁହାପଥର ବୋଝେଇ ଟ୍ରେଲର ସହିତ ଡ୍ରାଇଭର କୁ କାବୁ କରି ବାମେବାରି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲର ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବାମେବାରି ଆଇ ଆଇ ସି ଜୋସ କେତନ ଭୋଇ ସୂଚନା ଦେଇଛନ୍ତି ।ଉକ୍ତ ଟ୍ରଲର ରେ ପ୍ରାୟ ୩୫ ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ ହୋଇଥିବା ସୂଚନା ରହିଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।
ସୂଚନା ଯୋଗ୍ୟ କି,ନୟାଗଡ଼ ରେଳ ସାଇଡ଼ିଂ ନିକଟସ୍ତ ବିଭିନ୍ନ ବ୍ୟକ୍ତିଗତ ପ୍ଲଟରେ ପୂର୍ବରୁ ଲୁହାପଥର ପରିବହନ ହୋଇ ଗଚ୍ଛିତ ରହିଛି ।ଏହାର ଦାବିଦାର କେହି ନ ଥିବାରୁ ଖଣି ବିଭାଗ ଏହାକୁ ଜବତ କରି ଥିଲା ।ଏହାର ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ତଥା ରକ୍ଷଣା ବେକ୍ଷଣ ଅଭାବ ରୁ ତାହା ପରିତ୍ୟକ୍ତ ହୋଇ ପଡ଼ି ରହିଛି ।ଫଳରେ ଏହା ଉପରେ ଖଣିଜ ଚୋର ଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ।ପୂର୍ବରୁ ବିଭିନ୍ନ ପ୍ଲଟରେ ଗଚ୍ଛିତ ଥିବା ଖଣିଜ ପଦାର୍ଥ କୁ ଚୋରମାନେ ମେସିନ ଓ ଟ୍ରକ୍ ଲଗାଇ ଚୋରୀ କରି ସାରିଲେଣି ।ଏବେ ଆଉ ଏକ ପ୍ଲଟ ଉପରେ ତାଙ୍କ ନଜର ପଡ଼ିଛି ।ଏହି ଡ଼ିପୋ ରେ ମଧ୍ୟ ଲକ୍ଷାଧିକ ଟନ୍ ଲୁହାପଥର ପଡ଼ି ରହିଥିବା ନେଇ ସୂଚନା।ଏତେ ପରିମାଣ ର ଖଣିଜ ପଡ଼ି ରହିଥିଲେ ହେଁ ଖଣି ବିଭାଗ ଏହାର ଦାୟିତ୍ଵ ନେଉ ନ ଥିବାରୁ ଏଠାରୁ ଖଣିଜ ଚୋର ମାନେ ଅନାୟ।ସରେ ଚୋରି କରୁଛନ୍ତି । ବର୍ତମାନ ର ମାନ୍ୟବର ମୁଖ୍ୟମନ୍ତ୍ରୀ ଖଣି ମାଫିଆ ମାନଙ୍କୁ ଛଡା ଯିବନି ସବୁ ମାଫିଆ ମାନଙ୍କୁ ସାବାଡ୍ କରିବାକୁ ବିଗତ ଦିନରେ କହିଥିବା ବେଳେ କାହିଁକି ନିଆଯାଉ ନାହିଁ କାର୍ଯ୍ୟନୁଷ୍ଠାନ । ତେବେ କାହା ବଳରେ ବଳୀୟାନ ଏଭଳି ଖଣି ମାଫିଆ । ପ୍ରଶାସନ କୁ ଏହି ଖଣି ମାଫିଆ ମାନେ ଖୁଲାମଖୁଲା ଚ୍ୟାଲେଞ୍ଜ ଦେଇ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଛନ୍ତି।, ତେବେ ଖଣି ଚୋରି ବନ୍ଦ କରିବାପାଇଁ ଖଣି ବିଭାଗ ଓ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ନା ଆଗକୁ ଏହିଭଳି ଖୁଲମ୍ ଖୁଲା ଖଣି ଚୋରି ବଢୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *