ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ରାଣୀଗୋଡା ରେଲୱେ କଲୋନୀରେ ତଣ୍ଟି କାଟି ହୋଇ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଗୁରୁତର ବ୍ୟକ୍ତିଙ୍କ ନାମ ଦାସନନ୍ଦ ମହାନ୍ତି (୪୨) ବୋଲି ସୂଚନା ମିଳିଛି।

ଭୋର୍ ସକାଳ ସମୟରେ ଗୋଟିଏ ଧାରୁଆ ଅସ୍ତ୍ରରେ ନିଜେ ବେକ କାଟି ଦେଇଥିଲେ। ଫଳରେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି।
