

ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ ।

(ବଅଁରପାଳ) : ଶନିବାର ଦିନ ନୂଆହତା ଦୁର୍ଗା ବଜାର ପାଖରୁ ଏକ ଓଟୋ ଭିତରୁ ୫୭ ଲିଟର ବିଦେଶୀ ମଦ ଜବତ ସହ ଓଟୋ ଚାଳକ ଓ ସାଥୀ କୁ ଗିରଫ ହୋଇଥିବା ନେଇ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଏକ ଓଟୋ ରେ ଚୋରା ବିଦେଶୀ ମଦ ୫୫ ନମ୍ବର ଜାତୀୟ ରାଜପଥ ବଅଁରପାଳ ଛକ ଦେଇ ନୂଆହତା ଅଭିମୁଖେ ଯାଉଥିବା ତିନି ଚକିଆ ଅଟୋ ଗାଡ଼ି ଓଡି ୧୯ ଜେଡ ୧୩୮୮ ଭିତରେ କାଗଜ କାର୍ଟୁନ୍ ରଖି ବିଦେଶୀ ମଦ ପରିବହନ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବଅଁରପାଳ ପୋଲିସ ପାଟ୍ରୋଲିଂ ଟିମ ଏବଂ ଏକ୍ସାଇଜ୍ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ୍ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମାଡି ବସିଥିଲା ।

ଜବତ ବିଦେଶୀ ମଦ ର ଆନୁମାନିକ ମୂଲ୍ୟ ପ୍ରାୟ ୬୨ହଜାର ହେବ। ଏ ନେଇ ବଅଁରପାଳ ଥାନାରେ ବିଦେଶୀ ମଦକୁ କେନ୍ଦ୍ର କରି ଏକ ମାମଲା ରୁଜୁ କରାଯାଇଛି। ମାମଲା ରେ ଅଟୋ ଚାଳକ ବୁଢାପଙ୍ଗ ଗ୍ରାମର ବିଶ୍ୱଜିତ ଓ ସାଥୀ ବିହାର ଅଞ୍ଚଳ ର ସୋନୁ କୁମାର ଙ୍କ ନାମରେ ମାମଲ୍ ରୁଜିକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

