ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ସମଗ୍ର କଟକ ସହର
ଉତ୍ସବ ମୁଖରିତ, ସମସ୍ତ ଶକ୍ତି ପୀଠରେ ଆଜି ମାଆଙ୍କ ର
ଦଶମୀ ପୂଜା ଚାଲିଥିବା ବେଳେ ସମସ୍ତ ପୂଜା ମଣ୍ଡପରେ
ନବମୀ ପୂଜା ଚାଲିଛି, ତେବେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଆଗମନକୁ ନେଇ କଟକବାସୀ ଖୁବ୍ ଉତ୍ସlହିତ ଅଛନ୍ତି
ଆଜି ସକାଳୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ
ଚାଉଳିଆଗଞ୍ଜ ପୂଜାମଣ୍ଡପରୁ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରି ଆରତୀ କରିବା ସହ ପୂଜାର୍ଚନା କରିଥିଲେ, ବିଭିନ୍ନ ପୂଜାମଣ୍ଡପର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ୍ କରିଥିଲେ, ଭାଇଚାରl ର ସହର
କଟକରେ ଦଶହରା ଉତ୍ସବ କୁ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଖୁବ୍ ଉତ୍ସାହିତ ଥିଲେ, ଏହି କାର୍ଯକ୍ରମରେ ବିଜେପି ଦଳର
ତୁଙ୍ଗ ନେତାମାନେ ଉପସ୍ଥିତ ରହି ବିଭିନ୍ନ ପୂଜା ମଣ୍ଡପ ବୁଲାଇ ଦେଖାଇଥିଲେ,
କଟକରୁ ରିପୋର୍ଟର ପ୍ରଦୀପ କୁମାର କାଣ୍ଡି ରିପୋର୍ଟ
