ସ୍ତ୍ରୀ ଆଣିଲେ ଏପରି ଅଭିଯୋଗ ।
ଅନୁଗୋଳ ଜିଲ୍ଲା ବିକ୍ରମ ପୁର ଥାନା ଅନ୍ତର୍ଗତ ବଲଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଇଞ୍ଜେକ୍ସନ ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଖମାର ଥାନା ଅନ୍ତର୍ଗତ ସିଆଳିମାଳିଆ ଗ୍ରାମର ବାବୁଲାଲ ମହାକୁଡ଼ ଙ୍କ ୪୦ ବର୍ଷୀୟ ପୁଅ ଅନନ୍ତ ମହାକୁଡ଼ । ଅନନ୍ତଙ୍କ ସ୍ତ୍ରୀ ଙ୍କ କହିବା ମୁତାବକ, ଅନନ୍ତ ବଲଣ୍ଡା ଅଞ୍ଚଳରେ ରହି ଏକ ଢ଼ାବା ରେ କାମ କରନ୍ତି, କିଛିଦିନ ହେଲା ତାଙ୍କୁ ଜୂର ହେଉଥିବା ବେଳେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିଲେ। ଜୂର ଛାଡିନଥିବାରୁ ମୁଣ୍ଡା ବଜାର ସ୍ଥିତ ଏକ ମେଡିସିନ ଷ୍ଟୋରକୁ ଯାଇ ଦୁଇଟି ଇଞ୍ଜେକ୍ସନ ନେଇଥିଲେ। ଇଞ୍ଜେକସନ୍ ଦେବାବେଳେ ଅନନ୍ତଙ୍କ ଦେହ ବିଗିଡ଼ି ବାରେ ଲାଗିଲା। ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତର ଖାନା କର୍ତୁପକ୍ଷ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୋଲିସ ।
