• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୧ ଜନୁଆରି ୨୦୨୫ ଟାଟା ଷ୍ଟିଲ୍ ମାରାଥନ୍‌ର ଦ୍ବିତୀୟ ସଂସ୍କରଣ

Bymamatanews

Nov 13, 2024
Spread the love

ଟାଟା ଷ୍ଟିଲ୍ମା ପକ୍ଷରୁ ମାରାଥନ୍‌ର ଦ୍ବିତୀୟ ସଂସ୍କରଣ ଢେଙ୍କାନାଳ ଜିଲ୍ଲା କପିଳାସ ରେ ହେବ ଅନୁଷ୍ଠିତ

୧ : ୨୦୨୫ ଜନୁଆରି ୧୧ରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟ ପାରିପାର୍ଶ୍ବକ ଅଞ୍ଚଳରେ ଆୟୋଜନ କରାଯିବ


୨ : ଜୈବ ବିବିଧତା ଓ ହାତୀ ସେମତ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟ


୩ : ୪୦୦୦ ଦୌଡ଼ ପ୍ରେମୀ ଅଂଶଗ୍ରହଣ କରିବେ, ୩୦ଜଣ ବିଜେତାଙ୍କ ପାଇଁ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର

୪ : ହାଫ ମାରାଥନ ରୁଟ୍‌କୁ ବିଶ୍ଵସ୍ତରୀୟ ସଂଗଠନ ଆସୋସିଏସନ ଅଫ୍ ଇଂଟରନ୍ୟାସନାଲ ମାରାଥନ୍ସ ଆଣ୍ଡ ଡିଷ୍ଟାନ୍ନ ରେସେସ୍ (ଏମ୍‌ସ) ପକ୍ଷରୁ ସାର୍ଟିଫାଏଡ୍

ଢେଙ୍କାନାଳ, ନଭେମ୍ବର ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳି ହାଫ ମାରାଥନ) ଦ୍ଵିତୀୟ ସଂସ୍କରଣ ଘୋଷଣା କରାଯାଇଛି। ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡରେ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ବାହ୍ୟ ଅଞ୍ଚଳରେ ଆୟୋଜିତ ହେବ । ଆଜି ଢେଙ୍କାନାଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଏବଂ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଟାଟା ଷ୍ଟିଲ କପିଳାସ ହାଫ ମାରାଥନ ୨୦୨୫ର ଅଫିସିଆଲ ଟି-ସାର୍ଟକୁ ଉନ୍ମୋଚନ କରାଇଥିଲେ । ଏହି ଅବସରରେ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସହକାରୀ ବନ ସଂରକ୍ଷକ ସତ୍ୟନାରାୟଣ ସାହୁ, ଢେଙ୍କାନାଳ ସଦର ଉପ ଜିଲ୍ଲାପାଳ ବିଦୁଧ ଗଡନାୟକ , ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସେବା ମୁଖ୍ୟ ଶ୍ରୀ ମୋହିତ ଦାସ, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ଶ୍ରୀ ମୁକୁଲ ବିନାୟକ ଚୌଧୁରୀ ଓ ଏମ ଜି ଏମ ମିନେରାଲସ ଲିମିଟେନ୍‌ର ଲହି ଶ୍ରୀ ‌ଗୋପବନ୍ଧୁ ଦାସ ଉପସ୍ଥିତ ଥିଲେ ।
ଏହି ହାଫ ମାରାଥନ, ପ୍ରତିଯୋଗିତାକୁ ସୁଦୃଢ଼ କରିବା ସହିତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ କପିଳାସ ଅଞ୍ଚଳରେ ହାତୀ ଓ ଜୈବ ବିବିଧତାର ସଂରକ୍ଷଣର ପ୍ରସାର କରି ଏହାକୁ ପର୍ଯ୍ୟଟନ ଓ ରୋଜଗାରର ଏକ ବିଶ୍ବସ୍ତରୀୟ ହବରେ ପରିଣତ କରିବାକୁ ଲକ୍ଷ ରଖାଯାଇଛି। ଏହି ମରାଥନ ସୁସ୍ଥ ଜୀବନଶୈଳୀ, ଫିଟନେସ୍ ଏବଂ ଯୁବ ପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବ । ଏଥିରେ ତିନି ପ୍ରକାର ଦୌଡ଼ ରହିଛି : ୧୯ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୨୧ କିମି ଓ ୧୦ କିମି ଦୌଡ଼ ଏବଂ ୧୪-୧୯ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର-କିଶୋରୀଙ୍କ ପାଇଁ ୫ କିମି ଦୌଡ଼ ହାଫ ମାରାଥନର ପଞ୍ଜିକରଣ ଆରମ୍ଭ ଘୋଷଣା କରି ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, “ରାଜ୍ୟର ଏକ ପ୍ରସିଦ୍ଧ ସ୍ଥାନ ଢେଙ୍କାନାଳର କପିଳାସ ଅଭୟାରଣ୍ୟର ମନୋରମ ପୃଷ୍ଠଭୂମିରେ ଏହି ଦୌଡ଼ ଅନୁଷ୍ଠିତ ହେବ ଏବଂ ଆମେ ଆଶା କରୁଛୁ ଯେ ଏହା ଦେଶର ଅନ୍ୟତମ ପ୍ରତିଷ୍ଠିତ ହାପ୍ ମାରାଥନ୍ ହେବ। ଏହାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଆଜିଠାରୁ ଦୌଡ଼କୁଦଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବା ସେ ଘୋଷଣା କରିଛନ୍ତି । ହାଫ ମାରାଥନର ମହତ୍ଵ ଓ ମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ କହିଛନ୍ତି ଯେ, “ ବିଶ୍ଵବ୍ୟାପୀ ମାରାଥନ୍ ଏବଂ ଦୁର ଦୌଡ଼କୁ ପ୍ରତିନିଧିତ୍ୱ କରୁଥିବା ମୋନାକୋସ୍ଥିତ ବିଶ୍ବସ୍ତରୀୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ଡିଷ୍ଠାନସ ରେସ୍ ପକ୍ଷରୁ ଏହାକୁ ସାର୍ଟିଫିକେଟ୍ ଦିଆଯାଇଛି। ୨୧ କିଲୋମିଟର, ୧୦ କିଲୋମିଟର ଓ ୫ କିଲୋମିଟର ଦୌଡ ବର୍ଗର ଶ୍ରେଷ୍ଠ ୩୦ ବିଜେତାଙ୍କୁ ୯.୬ ଲକ୍ଷ ଟଙ୍କାର ପୁରସ୍କାର ଗାଶି ପ୍ରଦାନ କରାଯିବ।”
ଏହି ଦୌଡ଼ ପାଇଁ ବର୍ତ୍ତମାନ ପଞ୍ଜୀକରଣ ଖୋଲା ଅଛି। ଅଂଶଗ୍ରହଣକରୀମାନେ ୨୦୨୪ ଡିସେମ୍ବର ୧୫ ପର୍ଯ୍ୟନ୍ତ
www.tatasteelkapilash half marathon. com ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ । ୪,୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ସିମିତ ସ୍ଲଟ ରଖାଯାଇଛି । ୨୧ କିଲୋମିଟର ଦୌଡ଼ ପାଇଁ ପଞ୍ଜୀକରଣ ଶୁଳ୍କ ୪୦୦ ଟଙ୍କା, ୧୦ କିଲୋମିଟର ଦୌଡ଼ ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ଟଙ୍କା ରହିଛି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଏକ ଗୁଡି ବ୍ୟାଗ୍ ମିଳିବ, ଯେଉଁଥିରେ ଟି-ସାର୍ଟ, ବିଆଇଇବି ଚିଫ ଏବଂ ଜଳଖିଆ କୁପନ ରହିବ । ଟାଟା ଷ୍ଟିଲ୍ କପିଳାସ ହାଫ୍ ମରାଥନ୍ ୨୦୨୫ରେ ମୋଟ ୯.୬୪ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ୩୦ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ । ୨୧ କିଲୋମିଟର
ଦୌଡ଼ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯିବ । ଆନ୍ତର୍ଜାତିୟ ମାନଦଣ୍ଡ ପୂରଣ କରିବା ପାଇଁ ଏହି ଦୌଡ଼ରେ ଟାଇମିଂ ମ୍ୟାଟ, ଆରଏଫ୍‌ଆଇଡି ଚିଫ , ରୁଟ୍‌ରେ ସ୍ଲିଟ ଟାଇମି ମ୍ୟାଟ, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟଓ୍ୱାର୍କ ସମେତ ଉନ୍ନତ ଜ୍ଞାନକୌଶଳ ଉପଲବ୍ଧ ହେବ । ସମଗ୍ର ଦେଶରେ ସମାନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ପରଦର୍ଶିତା ଥିବା ଜାତୀୟସ୍ତରର ଏଜେନ୍ସିଗୁଡିକ ଏହାର ଅଗ୍ରଗତିର ସାମଗ୍ରିକ କଲ୍ୟାଣ ପାଇଁ, ଏହି ହାଫ ମରାଥନ୍ ଆୟୋଜନରେ ଟାଟା ଷ୍ଟିଲ୍, ଏମଜିଏମ୍ ମିନେରାଲ୍ ଲିମିଟେଡ, ଟାଟା 1ଏମଜି, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସ୍ ଲିମିଟେଡ୍, ଟାଟା ଷ୍ଟିଲ୍‌ ସପୋର୍ଟ ସର୍ଭିସ୍ ଲିମିଚେଡ୍‌, ଟାଟା ଷ୍ଟିଲ୍ ୟୁଟିଲିଟି ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଟର ସର୍ଭିସେସ୍ ଲିମିଟେଡ୍ ଓ ପିଚମେଣ୍ଟସ୍ ସହ ସହଯୋଗିତା ସ୍ଥାପନ କରାଯାଇଛି ।

Leave a Reply

Your email address will not be published. Required fields are marked *